ସରିଲା ଜେଇଇ ଆଡଭାନ୍ସଡ୍‌, ୫ରେ ‌ରେଜଲ୍ଟ

ଭୁବନେଶ୍ୱର : ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ଆଜି ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହୋଇଛି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଏହି ପ୍ର‌ବେଶିକା ପରୀକ୍ଷା ଲାଗି ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ପ୍ରାୟ ୧ ଲକ୍ଷ ୫୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ୫ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୩୦୦ ଜଣ ପରୀକ୍ଷା ଦେଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଭୁବନେଶ୍ବରର ୯ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବି ବ୍ୟାପକ ସତର୍କତା ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହୋଇଥିଲା। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ହୋଇଥିବାରୁ ଜେଇଇ ମେନ୍‌ ପରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରାଯାଇଥିଲା।

ଅକ୍ଟୋବର ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅକ୍ଟୋବର ୬ରୁ ସିଟ୍‌ ଆଲଟ୍‌ମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୯ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରାଯିବ। ଆର୍କିଟେକ୍‌ଚର ଆପ୍ଟିଚ୍ୟୁଡ୍‌ ଟେଷ୍ଟ(ଏଏଟି) ଅକ୍ଟୋବର ୮ରେ ହେବାକୁ ଥିବା ବେଳେ ୧୧ ତାରିଖରେ ଫଳ ପ୍ରକାଶ କରାଯିବ। ଜେଇଇ ଆଡଭାନ୍ସଡ୍‌ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍‌ ଓ ବି.ଏସ୍‌ସି, ୫ ବର୍ଷିଆ ବି.ଆର୍କିଟେକ୍‌, ଡୁଆଲ୍‌ ଡିଗ୍ରି ବି.ଟେକ୍‌-ଏମ୍‌.ଟେକ୍‌, ଡୁଆଲ୍‌ ଡିଗ୍ରି ବି.ଏସ୍‌ସି-ଏମ୍‌.ଏସ୍‌ସି ପାଠ୍ୟକ୍ରମ‌ରେ ନାମ ଲେଖାଇପାରିବେ।



from ରାଜ୍ୟ – Sambad https://ift.tt/2S1efWM

Post a Comment

0 Comments