ଏମସ୍‌ରେ ଭର୍ତ୍ତି ହେଲେ ବଡ଼ସାହି ବିଧାୟକ

ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀ ବିଧାୟକ ସନାତନ ବିଜୁଳି ଅସୁସ୍ଥ ହୋଇ ଭୁବନେଶ୍ବର ଏମସ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ବିଜୁଳି ଅସୁସ୍ଥ ଅନୁଭବ କରିବାରୁ ଗତକାଲି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଦୁଇ ଦିନ ପୂର୍ବରୁ ତାଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ ତାଙ୍କ ଦେହରେ ଜ୍ବର ରହୁଥିବାର ସେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ଯାଞ୍ଚ ପରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ବହୁତ କମି ଯାଇଥିବା ଜଣାପଡ଼ିଥିଲା। ପରେ ସିଡିଏମ୍‌ଓ ଡାକ୍ତର ରୁପଭାନୁ ମିଶ୍ରଙ୍କ ନିର୍ଦ୍ଦେଶରେ ଡାକ୍ତର ବିବେକାନନ୍ଦ ଜେନା ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ବିଧାୟକଙ୍କୁ ନେଇ ଏମସ୍‌ରେ ଭର୍ତ୍ତି କରିଛନ୍ତି। ବିଧାୟକଙ୍କ ଅସୁସ୍ଥ ଖବର ଜଣାପଡ଼ିବା ପରେ ବେତନଟୀ ବଣିକ ସଂଘର ପ୍ରବକ୍ତା ସୁନୀଲ କୁମାର ଖଣ୍ଡେଲୱାଲା, ରୋଟାରୀ କ୍ଲବର ପୂର୍ବତନ ସଭାପତି ଇଂ. ଅଜିତ କୁମାର ମିଶ୍ର, ପଦ୍ମମାଳି ମହିଳା ସଂଗଠନର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ଅଜୟ କୁମାର କର, ସଭାପତି ରଞ୍ଜନ କୁମାର ମହାନ୍ତି ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।



from ରାଜ୍ୟ – Sambad https://ift.tt/335rlZt

Post a Comment

0 Comments