
ଭୁବନେଶ୍ବର: ବାଲେଶ୍ବରରେ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଡିଜି ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଡିଜିପି ।
ଗତକାଲି ବାଲେଶ୍ବର ଏସ୍ପିଙ୍କୁ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଲେ ଆଇଜି ଦୀପ୍ତେଶ ପଟ୍ଟନାୟକ। ଏହାପରେ ଡିଜିପି ଅଭୟ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।
DGP has placed Inspector Dhaneshwar Sahu ,IIC Jaleshwar Police Station under suspension for gross misconduct .
— DGP, Odisha (@DGPOdisha) August 15, 2020
ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିଶା କାରବାର ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଯାହାର ଅଡିଓ କ୍ଲିପ ଭାଇରାଲ ହୋଇଛି।
ଫୋନ —
ଏହି ଭାଇରାଲ ଫୋନ କଥାବାର୍ତ୍ତାରେ ଅଭିଯୋଗ ଅନୁସାରେ ଗୋଟିଏ ପଟେ ଅଛନ୍ତି ଜଣେ ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ । ଆପଣ ଆଶ୍ଚର୍ଯ୍ୟ ହେବେ ପୁଲିସ ଓ ମାଫିଆଙ୍କ ଏଭଳି ମଧୁଚନ୍ଦ୍ରିକା ଖୁଲମଖୁଲ୍ଲା ଚାଲିଛି ।
ଫୋନ —
ଡ୍ରଗ୍ସ ମାଫିଆଜଣକ ବ୍ରାଉନସୁଗାର କାରବାର କରେ ଏବଂ ଏବେ ସେ ଜାମିନରେ ଅଛି । କିନ୍ତୁ ତାର ଗାଡ଼ି ଏହି ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ସେହି ଗାଡ଼ି ଛଡ଼ାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଛନ୍ତି।
ଫୋନ —
ଭାଇରାଲ ଅଡିଓରେ ନିଶା ବେପାରୀଙ୍କ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଜଣେ ଓକିଲ । ସେହି କଥାବାର୍ତ୍ତାର ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଛି ।
from ରାଜ୍ୟ – Sambad https://ift.tt/3iEQTl9
0 Comments