ରାଜ୍ୟରେ ରେକର୍ଡ, ଦିନକରେ ୪୭,୮୮୭ ନମୁନା ପରୀକ୍ଷା

ଭୁବନେଶ୍ୱର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଦିନକରେ ୪୭,୮୮୭ ନମୁନା ପରୀକ୍ଷା କରାଯାଇଥିବା ନେଇ ଅତିରିକ୍ତ  ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ୪୦,୭୬୧ ଆଣ୍ଟିଜେନ୍, ୭୦୦୦ ଆରଟିପିସିଆର୍ ପରୀକ୍ଷା କରାଯାଇଛି ।

ସରକାରଙ୍କ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ଦୈନିକ ୫୦ ହଜାର କୋଭିଡ୍ ଟେଷ୍ଟ୍ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ଟେଷ୍ଟ୍ କରାଗଲାଣି।

ସୂଚନାଯୋଗ୍ୟ, ସର୍ବାଧିକ କୋଭିଡ୍ ନମୁନା ପରୀକ୍ଷାରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୮୬୭ଜଣଙ୍କର କୋଭିଡ୍ ଟେଷ୍ଟ୍ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ସର୍ବାଧିକ ୨୮୨୨ ଥିବା ବେଳେ ଗୋଆରେ ୨୧୬୬, କେରଳରେ ୧୨୩୩, ତାମିଲନାଡୁରେ ୯୨୫ ରହିଛି। ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।



from ରାଜ୍ୟ – Sambad https://ift.tt/2CsudFa

Post a Comment

0 Comments