ଉପକୂଳ ଓଡ଼ିଶାକୁ ବଦଳାଇ ଦେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: ଧର୍ମେନ୍ଦ୍ର

ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହେବ ଉପକୂଳବର୍ତ୍ତୀ ଅଞ୍ଚଳ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ମୋଦୀ ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଦେବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Mangalorean.com

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡର୍‌ ଭାବେ କାର୍ଯ୍ୟ କରିବ। ଏହା ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଉପକୂଳ ଅଞ୍ଚଳରେ ଏନ୍‌ସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍ କରିବାରେ ସହାୟକ ହେବ। ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଦୂରଦୃଷ୍ଟି ରହିଛି। ଜାତୀୟ ଭିତ୍ତିଭୂମି ପାଇପ୍‌ ଲାଇନ୍‌ କେବଳ ଭିତ୍ତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତ୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭିତ୍ତିଭୂମି ଓ ଉତ୍ତମ ସଂଯୋଗ ସ୍ଥାପନା ଦିଗରେ ଓଡ଼ିଶା ଅଧିକ ଲାଭବାନ ହୋଇପାରିଛି। ସୁଦୀର୍ଘ ବେଳାଭୂମି, ଭାରତର ବୃହତ୍ତମ ବିପଣନ ବନ୍ଦର ଏବଂ ପାରାଦୀପସ୍ଥିତ ପେଟ୍ରୋଲିୟମ କମ୍ପ୍ଲେକ୍ସ ସହ ଓଡ଼ିଶା ନିଜର ଭୌଗଳିକ ସ୍ଥିତି କାରଣରୁ ଭିତ୍ତିଭୂମିକୁ ଅଧିକ ମଜବୁତ୍ କରିବାର ସାମର୍ଥ୍ୟ ରଖିଛି ବୋଲି ସେ କହିଛନ୍ତି।



from ରାଜ୍ୟ – Sambad https://ift.tt/3h599DK

Post a Comment

0 Comments