ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର: ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଏପଟେ ଆଜି ୧ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି। ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉନାହିଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ରାଜ୍ୟରେ କୋଭିସଲ୍ଡ ଟିକାର ଉକ୍ରଟ ଅଭାବ ଦେଖା ଦେଇଛି। ରାଜ୍ୟରେ ଆଜି ସୁଦ୍ଧା ୧୯ ହଜାର ୯୦୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ କୋଭାକ୍ସିନ ରହିଛି ୩ଲକ୍ଷ ୧୫ ହଜାର ୫୩୦ ଡୋଜ। ରାଜ୍ୟରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇ ସାରିଲେଣି।

 

The post ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ first appeared on Sambad.

from ରାଜ୍ୟ | Sambad https://ift.tt/3aYR9Kr

Post a Comment

0 Comments