
ଆନନ୍ଦପୁର: ମୃତ୍ୟୁ ପରେ ଶ୍ମଶାନକୁ ଯିବାପାଇଁ ମିଳିଲାନି ଚାରି କାନ୍ଧ। କରୋନା ସନ୍ଦେହରେ ଗ୍ରାମବାସୀ ସହଯୋଗ ନ କରିବାରୁ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ସ୍ବାମୀ ଓ ଆମ୍ବୁଲାନ୍ସ ଚାଳକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ବଳରାମପୁର ପଞ୍ଚାୟତ ଝାଡ଼କୁଣ୍ଡି ଗ୍ରାମରେ।
ପ୍ରାପ୍ତ ସୂଚନା ଅନୁସାରେ, ଝାଡ଼କୁଣ୍ଡି ଗ୍ରାମର ଜଣେ ମହିଳା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇପୁଅ ମଧ୍ୟରୁ ଜଣେ ବାହାରେ ରହୁଥିବାବେଳେ ଘରେ ରହୁଥିବା ପୁଅବୋହୂ କରୋନା ଆକ୍ରାନ୍ତ ହୋଇଥିବାରୁ ଡରରେ ଗ୍ରାମବାସୀ ଶେଷକୃତ୍ୟ ପାଇଁ ଆସିନଥିଲେ। ଶେଷରେ ମହିଳାଙ୍କ ସ୍ବାମୀ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
The post ଆମ୍ବୁଲାନ୍ସ ଚାଳକଙ୍କ ସହଯୋଗରେ ସ୍ତ୍ରୀଙ୍କ ଶେଷକୃତ୍ୟ ସଂପନ୍ନ କଲେ ସ୍ବାମୀ first appeared on Sambad.from ରାଜ୍ୟ | Sambad https://ift.tt/3vECvQ6
0 Comments