ଶବ ଦେହରୁ ବି ଚୋରି

କଟକ : ହଜିଯାଉଛି ମାନବିକତା। ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମଣିଷର ମୃତଦେହରୁ ବି ଚୋରି ହେବା ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ, କୋଭିଡ୍‌ ହସ୍ପିଟାଲରେ ଭଦ୍ରକର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପକେଟରେ ଏକ ୫୦ ହଜାର ଟଙ୍କାର ଆଇଫୋନ ଥିଲା। କିନ୍ତୁ ଶବ ସଂସ୍କାର ପାଇଁ ଯିବା ବେଳକୁ ତାଙ୍କ ପକେଟରେ ମୋବାଇଲ ଫୋନ ନଥିବା ଜଣାପଡ଼ିଥିଲା। ଫଳରେ ମୃତକଙ୍କ ପରିବାରବର୍ଗ ଏ ସଂପର୍କରେ ଅଭିଯୋଗ କରିବା ସହ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ। ମୃତକଙ୍କ ଶେଷ ସନ୍ତକକୁ ବି ଚୋରି କରି ନିଆଯାଇଥିବାରୁ ପରିବାରବର୍ଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଅଭିଯୋଗ ପରେ ଏସ୍‌ସିବି କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶବରୁ ବି କିଏ ଏଭଳି ଚୋରି କରିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଗତବର୍ଷ  ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ମୃତ ମହିଳାଙ୍କ ବେକରୁ ସୁନା ହାର ଚୋରି ହୋଇଥିବା ଅଭିଯୋଗ କରିଥିଲେ ପରିବାରବର୍ଗ।

The post ଶବ ଦେହରୁ ବି ଚୋରି first appeared on Sambad.

from ରାଜ୍ୟ | Sambad https://ift.tt/2RpnG57

Post a Comment

0 Comments