୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଜିଲ୍ଲାକୁ ୭.୬୨ କୋଟି ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲାକୁ ସର୍ବାଧିକ ୪.୬୨ କୋଟି ଟଙ୍କା ଦିଆଯାଇଛି। ସେହିପରି ପୁରୀକୁ ୨କୋଟି ଓ ସୋନପୁରକୁ ୧କୋଟି ଟଙ୍କା ଦିଆଯାଇଛି। ଏହି ସମସ୍ତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯାଇଛି।

ପୂର୍ବରୁ ପୁରୀ ଜିଲ୍ଲାକୁ ୧୪କୋଟି ୫୯ଲକ୍ଷ ୭୪ହଜାର ୪୦୮ ଟଙ୍କା ଦିଆଯାଇଥିବା ବେଳେ ଅତିରିକ୍ତ ୨କୋଟି ଟଙ୍କା ଦିଆଯିବା ଫଳରେ ଜିଲ୍ଲାକୁ ୧୬କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ସେହିପରି ପୂର୍ବରୁ ସୋନପୁରକୁ ୨କୋଟି ୫୦ଲକ୍ଷ ଦିଆଯାଇଥିବା ବେଳେ ଆହୁରି ୧ କୋଟି ଘୋଷଣା ହୋଇଛି। ସମ୍ବଲପୁର ପାଇଁ ପୂର୍ବରୁ ୧୧କୋଟି ୫୦ଲକ୍ଷ ଟଙ୍କା ଘୋଷଣା ହୋଇଥିଲା।

The post ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ first appeared on Sambad.

from ରାଜ୍ୟ | Sambad https://ift.tt/3nVi2Ee

Post a Comment

0 Comments