
ଭୁବନେଶ୍ବର : ବୁଧବାର ଠାରୁ ସାରା ରାଜ୍ୟରେ ଲକ୍ଡାଉନ୍ ଆରମ୍ଭ ହେବାକୁ ଯାଉଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦିନମାନଙ୍କରେ ଆହାର କେନ୍ଦ୍ରଗୁଡ଼ିକ ଖୋଲାରହିବ। କିନ୍ତୁ ଆହାର କେନ୍ଦ୍ରରେ କେହି ଖାଇବେ ନାହିଁ। ସେଠାରୁ ପାର୍ସଲ ଧରି ଆସିବେ। ସେହିପରି ସରକାରୀ ଆଇଆଇଟି ଓ ଆଇଆଇଏମ୍ର ହଷ୍ଟେଲଗୁଡ଼ିକ ଖୋଲାରହିବ। ଏହିସବୁ ହଷ୍ଟେଲରେ କୋଭିଡ ନିୟମ କଡ଼ାକଡ଼ି ଅନୁପାଳନ କରାଯିବ। ପିପିଲି ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ କମିସନଙ୍କ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ଏସ୍ଆର୍ସି ପ୍ରଦୀପ ଜେନା କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।
The post ଲକ୍ଡାଉନ୍ରେ ସବୁ ଆହାର କେନ୍ଦ୍ର ଖୋଲା ରହିବ; ଆହାର କେନ୍ଦ୍ରରେ ଖାଇବା ମନା, କେବଳ ପାର୍ସଲ ଦିଆଯିବ first appeared on Sambad.୧୦୪ କଲ୍ ସେଣ୍ଟରରେ ନିୟୋଜିତ ହେଲେ ୬ ଇଣ୍ଟର୍ଣ୍ଣ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ନଜରରେ ରଖି ସରକାର ୧୦୪ କଲ୍ ସେଣ୍ଟର୍ରେ ୬ଜଣ ଇଣ୍ଟର୍ଣ୍ଣଙ୍କୁ ନିୟୋଜିତ କରିଛନ୍ତି। ଏସ୍ସିବି ମେଡିକାଲ କଲେଜର ଅଧୀକ୍ଷକଙ୍କ ଅଧୀନରେ ଥିବା ଏହି ୬ଇଣ୍ଟର୍ଣ୍ଣ କରୋନା ସଂପର୍କିତ ସହାୟତା ପ୍ରଦାନ କରିବେ। ଡା. ଅରୁନ୍ଧତୀ ଆଚାର୍ଯ୍ୟ, ଡା. ଦିବ୍ୟପ୍ରକାଶ ଆଚାର୍ଯ୍ୟ, ଡା. ସୌରଭ ଆଚାର୍ଯ୍ୟ, ଡା. ସୁମନସ୍ମିତ ଅଧିକାରୀ, ଡା. ପୱନ ଅଗ୍ରୱାଲ ଓ ଡ. ଅନମୋଲ ଅଗ୍ରୱାଲ ପ୍ରମୁଖ ରହିଛନ୍ତି। ତୁରନ୍ତ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।
from ରାଜ୍ୟ | Sambad https://ift.tt/3xLCJqM
0 Comments