ରାଉରକେଲାରୁ ଗଡ଼ିବାକୁ ଯାଉଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ରାଉରକେଲା: ରାଉରକେଲାରୁ ଗଡ଼ିବାକୁ ଯାଉଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ। ଦେଶରେ ଲିକୁଇଡ଼ ମେଡିକାଲ ଅକ୍ସିଜେନ(ଏଲ ଏମ ଓ) ସଙ୍କଟ ଭରଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ଇସ୍ପାତ କାରଖାନା(ଆର ଏସ ପି) ପକ୍ଷରୁ ଏହାକୁ ହରିଆନା ପଠାଯାଉଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକୁଇଡ ଅକ୍ସିଜେନ ଯୋଗାଣ ଜାରି ରଖିଥିବା ଆରଏସପି ଇତିମଧ୍ୟରେ ୨୫୦୦ ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ଲିକୁଇଡ଼ ଅକ୍ସିଜେନ ଟ୍ୟାଙ୍କର ଯୋଗାଇସାରିଥିବା ବେଳେ ଏହାର ଯୌଥ ଉଦ୍ୟୋଗ ଲିଣ୍ଡେ ଇଣ୍ଡିଆ ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜୁରାଟ ରାଜ୍ୟକୁ ଯୋଗାଇଆସୁଛି।

ସେହିଭଳି ଆଜି ପ୍ରଥମ କରି ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ହରିଆନାକୁ ଲିକୁଇଡ଼ ଅକ୍ସିଜେନ ପଠାଯିବା ପ୍ରକ୍ରିୟା ଜାରି ରହିଛି। ଲିଣ୍ଡେ ଇଣ୍ଡିଆରୁ ମୋଟ ୫୨.୫ ମେଟ୍ରିକ ଟନ ଲିକୁଇଡ଼ ମେଡିକାଲ ଅକ୍ସିଜେନ ଭର୍ତ୍ତି ୪ଟି ଟ୍ୟାଙ୍କରକୁ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରେଳ ଷ୍ଟେସନକୁ ଅଣାଯାଇ ଲୋଡ ଜାରି ରହିଛି। ବିନା ରହଣୀରେ ଅକ୍ସିଜେନ ଏକ୍ସପ୍ରେସ ଫରିଦାବାଦ ପହଞ୍ଚିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।

The post ରାଉରକେଲାରୁ ଗଡ଼ିବାକୁ ଯାଉଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ first appeared on Sambad.

from ରାଜ୍ୟ | Sambad https://ift.tt/3u6zNmk

Post a Comment

0 Comments