ହଜାରେ ଟପିଲା ସଂକ୍ରମିତଙ୍କ ସଂଖ୍ୟା: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତକାଲି କରୋନା ସଂକ୍ରମଣ ୮୭୯ ରହିଥିବା ବେଳେ ଆଜି ରାଜ୍ୟରେ ଏକ ହଜାର ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫୫ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବରଗଡ଼ରୁ ୮୪, ଅନୁଗୁଳରୁ ୪୯, ବାଲେଶ୍ବରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୩୫, କଟକରୁ ୬୩, ଢେଙ୍କାନାଳରୁ ୨, କଳାହାଣ୍ଡିରୁ ୧୦୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରେ ଜଣେ, ଗଞ୍ଜାମରେ ୩୨ଜଣ, ଦେବଗଡ଼ରୁ ୩, ଯାଜପୁରରେ ୨୬ଜଣ, ଜଗତସିଂହପୁରରେ ୩ଜଣ, ଝାରସୁଗୁଡ଼ାରେ ୩୬ ଜଣ, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬ଜଣ, କେଉଁଝରରେ ୬ଜଣ, କୋରାପୁଟରେ ୮ ଜଣ, ମୟୁରଭଞ୍ଜରେ ୫୨ ଜଣ, ନବରଙ୍ଗପୁରରେ ୨୭ଜଣ, ନୟାଗଡ଼ରେ ୧୦, ନୂଆପଡ଼ାରେ ୮୨ ଜଣ, ପୁରୀରେ ୨୮ ଜଣ, ରାୟଗଡ଼ାରୁ ୧୫, ସମ୍ବଲପୁରରେ ୮୨ଜଣ, ସୋନପୁରରେ ୧୨ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୬,୮୦୮। ଏମାନଙ୍କ ଭିତରୁ ୩,୩୮,୮୯୦ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୯୪୧ଜଣ ସକ୍ରିୟ ଅଛନ୍ତି।

 

The post ହଜାରେ ଟପିଲା ସଂକ୍ରମିତଙ୍କ ସଂଖ୍ୟା: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ first appeared on Sambad.

from ରାଜ୍ୟ | Sambad https://ift.tt/3t47zIo

Post a Comment

0 Comments