
କଟକ : ବିପଦର ବନ୍ଧୁ ଓଡ଼ିଶା ଅନ୍ୟ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି। କରୋନା ମହାମାରୀ ଯୋଗୁଁ ଆବଶ୍ୟକ କରୁଥିବା ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପ୍ରକ୍ରିୟା ଜାରି ରଖିଛି। ମାତ୍ର ତିନିଦିନ ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ପାଖାପାଖି ୮୬୯ ମେଟ୍ରିକ୍ ଟନ ଅକ୍ସିଜେନ୍ ଯୋଗାଣ କରାଯାଇଛି।
ଆଜି ସୁଦ୍ଧା ୪୯ଟି ଟ୍ୟାଙ୍କର୍ରେ ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରୁ ଏହି ଅକ୍ସିଜେନ୍ ଯୋଗାଇ ଦିଆଯାଇଛି। ଏଥିପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରାଯାଇଛି। ରାସ୍ତାରେ ଯେମିତି ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର ନ ଅଟକିବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗାନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ପ୍ରକାର ବନ୍ଦୋବସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଡିଜି ଯଶୋବନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅକ୍ସିଜେନ୍ ଯୋଗାଣ ପାଇଁ ଏକ ସେଲ୍ ଗଠନ କରଯାଇଛି। ଜିଲ୍ଲାର ଏସ୍ପି, ରେଂଜ୍ ଡିଆଇଜି, ଆଇଜି, ପୁଲିସ କମିସନର ଏହାର ତତ୍ତ୍ବାବଧାନ କରୁଛନ୍ତି।
The post ୩ ଦିନରେ ଓଡ଼ିଶା ପଠାଇଲା ୮୬୯ ମେଟ୍ରିକ ଟନ୍ ଅକ୍ସିଜେନ୍ first appeared on Sambad.from ରାଜ୍ୟ | Sambad https://ift.tt/2QYmS76
0 Comments