ଲୁଥେରାନ୍‌ ଯୌନ କେଳେଙ୍କାରୀ ମାମଲା: ଏସ୍‌ସିବିରେ ପୁଲିସର ଖୋଳତାଡ଼

କେନ୍ଦ୍ରାପଡ଼ା : ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି ଶିଶୁ ପ୍ରଯତ୍ନ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲାରେ ତଦନ୍ତ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଘଟଣାର ତଦନ୍ତ କରୁଥିବା ଇନସ୍ପେକ୍ଟର‌୍‌ ସସ୍ମିତା ବେହେରା ଆଜି କଟକ ବଡ଼ ମେଡିକାଲ୍‌ ଯାଇ ଘଟଣାର ତଦନ୍ତ କରିଛନ୍ତି। ୨୦୧୪ ଓ ୨୦୧୬ରେ ପୀଡ଼ିତା ଦୁଇ ପୁତ୍ର ସନ୍ତାନ କଟକ ବଡ଼ ମେଡିକାଲ୍‌(ଏସ୍‌ସିବି)ରେ ଜନ୍ମ ଦେଇଥିବା ସ˚କ୍ରାନ୍ତରେ ଅଭିଯୋଗ ହେବା ପରେ ତଦନ୍ତ ଅଧିକରୀ ମେଡିକାଲ୍‌ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଯାଇ ଏ ସ˚ପର୍କିତ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି।

ଏହି ଦୁଇ ମସିହାର କେଉଁ କେଉଁ ତାରିଖରେ ପୀଡ଼ିତାଙ୍କ ପ୍ରସବ ହୋଇଥିଲା ଏବ˚ ଆଟେଣ୍ତାଣ୍ଟ୍‌ ଭାବେ କେଉଁମାନେ ଆସିଥିଲେ, ସେ ସ˚ପର୍କରେ ପୁଲିସ ଖୋଳତାଡ଼ କରିଛି। ଗୋଟିଏ ପଟେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର‌୍‌ କରୁଥିବା ବେଳେ ଅନ୍ୟପଟେ ଲୁଥେରାନ୍‌ କର୍ତ୍ତୃପକ୍ଷ ପୀଡ଼ିତା ଉପରେ ଚାପ ପକାଇ ମିଛ ସତ କହି ତଦନ୍ତକୁ ବାଟବଣା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ ଲୁଥେରାନ୍‌ କାର୍ଯ୍ୟାଳୟରେ ରହୁଥିବା ପୀଡ଼ିତା କେତେ ସୁରକ୍ଷିତ, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଲାଣି। ଦୁଷ୍କର୍ମ ଏବ˚ ଶିଶୁ ବିକ୍ରି ଅଭିଯୋଗ ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଲୁଥେରାନ୍‌ ବାହାର ଅନ୍ୟ କୌଣସି ସ୍ଥାନ କିମ୍ବା ତାଙ୍କ ପରିବାର ଜିମା ଦେବାକୁ ଅଭିଯୋଗକାରୀ ଭାଇ ଏସ୍‌ପିଙ୍କ ପାଖେ ନିବେଦନ କରିଥିଲେ। କିନ୍ତୁ ଏଯାଏ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ।

ସୂଚନାଯୋଗ୍ୟ, ଗୁରୁବାର ‘ସମ୍ବାଦ’ରେ ‘ପୀଡ଼ିତାଙ୍କ ଆଉ ଦୁଇ ପିଲା କେଉଁଠି?’ ଶୀର୍ଷକ ଅନୁସଂଧାନମୂଳକ ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଜଗତସି˚ହପୁର କୁଜଙ୍ଗ ବ୍ଳକ୍‌ ଅଞ୍ଚଳର ଏହି ମାନସିକ ଦିବ୍ୟାଙ୍ଗ ପୀଡ଼ିତାଙ୍କ ପରିବାର ଲୋକ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ।

The post ଲୁଥେରାନ୍‌ ଯୌନ କେଳେଙ୍କାରୀ ମାମଲା: ଏସ୍‌ସିବିରେ ପୁଲିସର ଖୋଳତାଡ଼ first appeared on Sambad.

from ରାଜ୍ୟ | Sambad https://ift.tt/3mBsvnr

Post a Comment

0 Comments