
କଟକ : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଗତ କିଛିମାସ ହେଲା କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ। କିନ୍ତୁ, ଗତକାଲି ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ସଂପର୍କୀୟ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିର ଜଣେ ରୋଗୀଙ୍କୁ ଧରି ତାଙ୍କ ସଂପର୍କୀୟ କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। କରୋନା ସତର୍କତା ପାଇଁ ଉଭୟଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଆଣିଥିବା ସଂପର୍କୀୟଙ୍କ ପଜିଟିଭ୍ ଆସିଛି। ଫଳରେ ସଂପର୍କୀୟଙ୍କୁ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲକୁ ପଠାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ଲହର୍ରେ କରୋନା ହଟ୍ସ୍ପଟ୍ ପାଲଟିଥିଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର।
The post ଆଚାର୍ଯ୍ୟ ହରିହରକୁ ଛୁଇଁଲା କରୋନା, ରୋଗୀ ସଂପର୍କୀୟ କରୋନା ଆକ୍ରାନ୍ତ first appeared on Sambad.from ରାଜ୍ୟ | Sambad https://ift.tt/3sPTuOD
0 Comments