
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଦୁଇ ସିନେମା ହଲ୍କୁ ଆଜି ପୁଲିସ ସିଲ୍ କରିଛି। ଗତକାଲି ତେଲୁଗୁ ସୁପର୍ଷ୍ଟାର୍ ପବନ କଲ୍ୟାଣଙ୍କ ନୂଆ ସିନେମା ‘ଓକିଲ’ ସାବ୍ ରିଲିଜ୍ ହୋଇଥିଲା। ପବନ୍ କଲ୍ୟାଣଙ୍କ ପ୍ରେମୀ ପାଗଳ ପ୍ରାୟ ହୋଇ ଉଠିଥିଲେ। ସିନେମା ଦେଖିବା ପାଇଁ ଶତାଧିକ ଦର୍ଶକଙ୍କ ଅସମ୍ଭବ ଭିଡ଼କୁ ଦେଖି ସମସ୍ତେ ଆବାକ୍ ରହି ଯାଇଥିଲେ। କୋଭିଡ୍ କଟକଣା କାରଣରୁ ଗଲା ବର୍ଷ ଠାରୁ ସିନେମା ହଲ୍ ବନ୍ଦ ରହିଥିଲା। ବର୍ତ୍ତମାନ ସେମାନଙ୍କ ପ୍ରିୟ ହିରୋଙ୍କୁ ଦେଖିବାକୁ ଦର୍ଶକ ବାଡ଼ବତା ମାନି ନଥିଲେ। ଏପରିକି ପୁଲିସର କଡ଼ା ନିର୍ଦ୍ଦେଶ ସତ୍ତ୍ବେ ଏବଂ ଜିଲ୍ଲା ପ୍ରାଶାସନିକ ଅଧିକାରୀଙ୍କ ବହୁ ନିବେଦନ ସତ୍ତ୍ବେ ଭିଡ଼ କମି ନଥିଲା। ଶେଷରେ ପୁଲିସକୁ ମୃଦୁ ଲାଠିଚାଳନା ମଧ୍ୟ କରିବାକୁ ପଡ଼ିଥିଲା। ଏହି ସିନେମା ଦେଖିବା ପାଇଁ ଜନଗହଳି କମିବାର ସମ୍ଭାବନା ନଥିବା ଦେଖି ଶେଷରେ ପ୍ରଶାସନକୁ ଅଧିକ କଠୋର ହେବାକୁ ପଡ଼ିଛି। କୋଭିଡ୍ ନିୟମାବଳୀକୁ କାର୍ଯ୍ୟକାରୀ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରଳାର ‘ଜୟମା ସିନେମା ହଲ୍ ଏବଂ ‘ଲକ୍ଷ୍ମୀ ହଲ୍କୁ ପୁଲିସ ଆଜି ସିଲ୍ କରିଦେଇଛି। ଏହାସହ ସିନେମା ହଲ୍ଗୁଡ଼ିକୁ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ସୂଚନା ମିଳିଛି।
The post କୋଭିଡ୍ ନିୟମ ଭଙ୍ଗ : ୨ ସିନେମା ହଲ୍ ସିଲ୍, ୧୦ ହଜାର ଜରିମାନା first appeared on Sambad.from ରାଜ୍ୟ | Sambad https://ift.tt/3mJ2bIf
0 Comments