ଜୁଆଳି ଚୋରିକୁ କେନ୍ଦ୍ରକରି ହତ୍ୟା

ଦେବଗଡ଼ : ଜୁଆଁଳି ଚୋରିକୁ କେନ୍ଦ୍ରକରି ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ସୁଗୁଡ଼ା ଗ୍ରାମର ଧୀର ସାହୁ(୫୦) ଗତ କିଛି ଦିନ ପୂର୍ବେ ସେହି ଗ୍ରାମର ପପନ ସାହୁଙ୍କ ଘରୁ ଶଗଡ଼ ଗାଡ଼ିରେ ବ୍ୟବହୃତ ହେଉଥିବା ଜୁଆଳି ଚୋରି କରି ନିକଟସ୍ଥ କଂଗ୍ରେସପୁର ଗ୍ରାମର ଲୋଧା ବାଘଙ୍କୁ ୨୫୦ ଟଙ୍କାରେ ବିକ୍ରି କରିଥିଲେ। ଏହା ଜାଣିବା ପରେ ପପନ ଲୋଧାଙ୍କ ଘରକୁ ଯାଇ ୨୫୦ ଟଙ୍କା ଦେଇ ଜୁଆଁଳି ନେଇ ଆସିଥିଲେ। ଏହା ପରେ ପପନ ଧୀରଙ୍କ ଘରକୁ ଆସି ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ଏକ ବାଉଁଶ ବାଡ଼ିରେ ନିସ୍ତୁକ ପିଟିଥିଲେ। ଉକ୍ତ ଘଟଣା ପରେ ଧୀର ଗ୍ରାମରେ ଥିବା ମଦ ଭାଟିକୁ ମଦ ପିଇବା ପାଇଁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପପନ ମଧ୍ୟ ଉକ୍ତ ଭାଟିକୁ ଯାଇଥିଲେ। ପପନର ରାଗ ଶାନ୍ତ ହୋଇ ନଥିବା ବେଳେ ସେ ମଦ ଦେବାର ଲୋଭ ଦେଖାଇ ଧୀରଙ୍କୁ ନିକଟସ୍ଥ ମନ୍ଦିର ବେଢ଼ାକୁ ଡାକି ନେଇ ସେଠାରେ ଅତ୍ୟଧିକ ମଦ ପିଆଇ ଅଚେତ କରାଇ ଦେଇଥିଲା। ପରେ ମୁଣ୍ଡକୁ କାଠ ଫାଳିଆରେ ପିଟି ଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଧୀରକୁ ଛାଡ଼ି ପପନ ପଳାଇଯାଇଥିଲା। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଧୀରଙ୍କ ପୁଅ ସାଗର ତାଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

The post ଜୁଆଳି ଚୋରିକୁ କେନ୍ଦ୍ରକରି ହତ୍ୟା first appeared on Sambad.

from ରାଜ୍ୟ | Sambad https://ift.tt/3sKakgR

Post a Comment

0 Comments