
ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକ ସଭାକୁ କୋଭିଡ୍ କଟକଣା ଦୃଷ୍ଟିରୁ ବାତିଲ୍ କରାଯାଇଛି। ହେଲେ ଏହା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦେଇଛନ୍ତି।
ଏହି ରାଜ୍ୟସ୍ତରୀୟ ଉତ୍ସବ ଜୁମ୍ ଭିଡିଓ ଯୋଗେ ଆସନ୍ତାକାଲି (ବୁଧବାର) ସନ୍ଧ୍ୟା ୬ଟାରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଦ୍ବାରା ଉଦ୍ଘାଟିତ ହେବ। କାର୍ଯ୍ୟକାରୀ ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ଜଗଦାନନ୍ଦ ସରସ୍ବତୀ, ଡ. ହରେକୃଷ୍ଣ ଶତପଥୀ, ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଅଧ୍ୟାପିକା ସୁଦତ୍ତା ପଟ୍ଟନାୟକ, ପୂର୍ବତନ ଡିନ୍ ଡ. ବୁଦ୍ଧଦେବ ମିଶ୍ର ଓ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର କୋଷାଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜୁମ୍ ଭିଡିଓରେ ଭାଗ ନେବାକୁ ହେଲେ ସଂଧ୍ୟା ୬ଟାରେ ଆଇଡି- ୮୧୨୯୦୨୬୪୭୪୯ ଓ ପାସ୍ୱାର୍ଡ-୯୯୯ରେ ସଂଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।
The post ଆଜି ଭର୍ଚୁଆଲ୍ରେ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭଙ୍କ ଶ୍ରଦ୍ଧାଞ୍ଜଳି ସଭା first appeared on Sambad.from ରାଜ୍ୟ | Sambad https://ift.tt/3xc7Mvz
0 Comments