ନିଜ ବନ୍ଧୁକରୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମର ଦୁର୍ଗାଚରଣ ମହିଙ୍କ ମଝିଆ ପୁଅ ତଥା ବିଏସ୍‌ଏଫ୍‌ ଯବାନ ଦିଲ୍ଲୀପ କୁମାର ମହି(୩୩) ବୁଧବାର ଦିନ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ୨୦୦୮ ମସିହାରେ ଦିଲ୍ଲୀପ ବିଏସ୍ଏ‌ଏଫ୍‌ ନିଯୁକ୍ତି ପାଇଥିଲେ। ଏବେ ସେ ରାୟଗଡ଼ାରେ କାର୍ଯ୍ୟରତ ଥିଲେ। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବୁଧବାର ମଧ୍ୟାହ୍ନରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ରଣପୁର ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିଲ୍ଲୀପ ୪ ମାସ ତଳେ ମଙ୍ଗଳପୁର ଥାନା ଅନ୍ତର୍ଗତ ଦୁଦୁରାଅନ୍ତା ଗ୍ରାମରେ ବିବାହ କରିଥିଲେ। ମୃତ ଯବାନଙ୍କ ମରଶରୀର ଆସନ୍ତାକାଲି ଗ୍ରାମରେ ପହଞ୍ଚିବ ବୋଲି ଜଣାପଡ଼ିଛି।

The post ନିଜ ବନ୍ଧୁକରୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା first appeared on Sambad.

from ରାଜ୍ୟ | Sambad https://ift.tt/3e1NAoy

Post a Comment

0 Comments