ସମ୍ବାଦ ଗ୍ରୁପ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର

ଭୁବନେଶ୍ବର : କରୋନା ସଂକଟ ବେଳେ ରାଜ୍ୟର ସର୍ବବୃହତ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ’ ପକ୍ଷରୁ ‘ବିପଦର ବନ୍ଧୁ’ ନାମରେ ଏକ ହେଲ୍‌ପ ଡେସ୍କ କରାଯାଇଛି। ଏଥିରେ ଚିକିତ୍ସା ଜଗତର ଅଭିଜ୍ଞ ବିଶେଷଜ୍ଞମାନେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରିବା ସହ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ଆଜି ରାଜ୍ୟର କୋଣ ଅନୁକୋଣରୁ ଅନେକ ବ୍ୟକ୍ତିବିଶେଷ ଅଭିଜ୍ଞ ଡାକ୍ତରମାନଙ୍କୁ ସିଧାସଳଖ ଫୋନ ଯୋଗେ ପ୍ରଶ୍ନ ପଚାରି ବିଭିନ୍ନ ଉପାଦେୟ ପରାମର୍ଶ ପାଇଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ଡାକ୍ତର ନିରଜ ମିଶ୍ର, ଡାକ୍ତର ତ୍ରିଭୂବନ ମୋହନ ମହାପାତ୍ର ଯୋଗଦେଇ ସିଧାସଳଖ ଭାବେ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଡାକ୍ତର ଦେବେନ୍ଦ୍ରନାଥ ମଲ୍ଲ, ଡାକ୍ତର ଅଭିରୂପ ମିଶ୍ର ଏବଂ ଡାକ୍ତର କସ୍ତୁରୀ ଭରଦ୍ବାଜ ମଧ୍ୟ ଆଜି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସେମାନଙ୍କୁ ‘ସମ୍ବାଦ’ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ କରୋନା ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ପରାମର୍ଶ ଚାହୁଥିବାରୁ ଏହି ‘ହେଲ୍‌ପ ଡେସ୍କ’ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

The post ସମ୍ବାଦ ଗ୍ରୁପ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର first appeared on Sambad.

from ରାଜ୍ୟ | Sambad https://ift.tt/3aMpPyL

Post a Comment

0 Comments