ଦୁଇ ମୁଣ୍ଡ ଥିବା ଶିଶୁକନ୍ୟା ଜନ୍ମ, କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୌରାଞ୍ଚଳର ଏକ ଘରୋଇ ନର୍ସିଂହୋମ୍‌ରେ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ହୋଇଛି। ଦୁଇ ମୁଣ୍ଡ, ଦୁଇ ଗୋଡ଼ ଓ ତିନି ହାତ ଥିବା ଏହି ନବଜାତକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରାଜନଗର ବ୍ଲକ୍‌ ମହୁଲିଆ ପଞ୍ଚାୟତକଣି ଗ୍ରାମର ଜଣେ ମହିଳାଙ୍କର ଗତକାଲି ପ୍ରସବ ବେଦନା ହେବାରୁ ପରିବାର ଲୋକ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଠିକ୍‌ ଚିକିତ୍ସା ନହେବାରୁ ପରିବାର ଲୋକେ ରାତି ପ୍ରାୟ ୧୨ଟା ବେ‌େଳ ତାଙ୍କୁ କେନ୍ଦ୍ରାପଡ଼ାର ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ।

ରବିବାର ଦିନ ପ୍ରାୟ ୧୦ଟା ୧୫ରେ ସେ ଏହି ଅଦ୍ଭୁତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଗୋଟିଏ ଶରୀରରେ ଦୁଇ ମୁଣ୍ଡ, ଚାରି ଆଖି, ଦୁଇ ନାକ, ଦୁଇ ପାଟି, ଦୁଇ ଗୋଡ଼ ଥିବା ଦେଖିବାକୁ ମିଳିଛି। କିନ୍ତୁ ହାତ ତିନିଟି ରହିଛି। ଗୋଟିଏ ହାତ ଦୁଇ ମୁଣ୍ଡର ମଝି କାନ୍ଧ ପଛ ପାଖରେ ଝୁଲିଛି। ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକ ଯୋଡ଼ାମୁଣ୍ଡ ଶିଶୁକନ୍ୟାକୁ କଟକ ବଡ଼ ମେଡିକାଲ ନେଇଯାଇଛନ୍ତି। ପ୍ରସୂତି ମହିଳା ସଂପୃକ୍ତ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

The post ଦୁଇ ମୁଣ୍ଡ ଥିବା ଶିଶୁକନ୍ୟା ଜନ୍ମ, କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର first appeared on Sambad.

from ରାଜ୍ୟ | Sambad https://ift.tt/3wVUHXh

Post a Comment

0 Comments