ଜେଲକୁ ଆସିବା ପୂର୍ବରୁ ଅଭିଯୁକ୍ତଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ

ଖୋଲାଯିବ ଆଇସୋଲେସନ୍‌ ଓ୍ୱାର୍ଡ
ଆକ୍ରାନ୍ତ କଏଦୀଙ୍କୁ ତୁରନ୍ତ ସ୍ଥାନାନ୍ତର ନିର୍ଦ୍ଦେଶ
କରୋନା କଟକଣାରେ ଚାଲିବ ମୁଲାକାତ୍

ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଜେଲ୍ ପାଇଁ ପୁଣି ବିପଦ ସୃଷ୍ଟି ହୋଇଛି। ଜେଲରେ ସଂକ୍ରମଣକୁ କେମିତି ରୋକି ହେବ, ସେନେଇ ଗାଇଡଲାଇନ୍‌ ଜାରି ହୋଇଛି। କୋର୍ଟଚାଲାଣ ପୂର୍ବରୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଅଭିଯୁକ୍ତ ଜେଲ କ୍ୟାମ୍ପସକୁ ଯିବା ପୂର୍ବରୁ ସାଙ୍ଗରେ ଆସିଥିବା ଏସକର୍ଟ ଟିମ୍ କୋଭିଡ୍ ପରୀକ୍ଷା ରିପୋର୍ଟ ଦେଖାଇବେ। ଯଦି ରିପୋର୍ଟ ନେଗେଟିଭ୍ ରହିଥିବ, ତାହେଲେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଯଦି ପଜିଟିଭ୍ ରହିଥାଏ, ତାହେଲେ ଅଭିଯୁକ୍ତଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯିବ। ନେଗେଟିଭ୍ ଥିବା ଅଭିଯୁକ୍ତ ଜେଲ ଭିତରକୁ ଆସିଲେ ୧୪ଦିନ ପାଇଁ ଆଇସୋଲେସନ୍ ଵାର୍ଡରେ ରହିବେ। ସେହିପରି ଜେଲ ପରିସରରୁ ଯଦି କୌଣସି କଏଦୀ ପଜିଟିଭ୍ ବାହାରନ୍ତି, ସେମାନଙ୍କୁ ତୁରନ୍ତ କୋଭିଡ୍ କେୟାର ସେଣ୍ଟର୍‌ରେ ଭର୍ତ୍ତି କରାଯିବ। ଯଦି ଗୁରୁତର କଏଦୀ ବାହାରନ୍ତି, ତାହେଲେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ। ତେବେ‌ କୋଭିଡ୍ କଟକଣା ଅନୁସାରେ ପୂର୍ବପରି ମୁଲାକାତ୍ ଚାଲୁ ରହିବ। ଆଜି ରାଜ୍ୟର ସମସ୍ତ ୮୬ ଜେଲକୁ ଏ ନେଇ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

The post ଜେଲକୁ ଆସିବା ପୂର୍ବରୁ ଅଭିଯୁକ୍ତଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ first appeared on Sambad.

from ରାଜ୍ୟ | Sambad https://ift.tt/3dRGnX3

Post a Comment

0 Comments