
ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ୩୬ଜଣ ପିଜି ଡାକ୍ତରଙ୍କୁ ପଠାଯାଇଛି। ଏସ୍ସିବି, ଭିମସାରରେ ଏହି ସବୁ ଡାକ୍ତର ପୂର୍ବରୁ ନିୟୋଜିତ ହୋଇଥିଲେ। ଏବେ ସେମାନଙ୍କୁ ମାଲକାନିଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ କୋଭିଡ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ରାଜ୍ୟ ସରକାର ପିଜି ଡାକ୍ତରମାନଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରିଥିଲେ। ମାତ୍ର କୋଭିଡ ସଂକ୍ରମଣ କମିବା ପରେ ସେମାନଙ୍କୁ ନିଜ ନିଜର ପୂର୍ବ ସ୍ଥାନକୁ ଫେରାଇ ନିଆଯାଇଥିଲା।
The post ପଶ୍ଚିମ ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୪ ଜିଲ୍ଲାକୁ ଗଲେ ୩୬ ପିଜି ଡାକ୍ତର first appeared on Sambad.from ରାଜ୍ୟ | Sambad https://ift.tt/39GXYzu
0 Comments