ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଅଟକ

ଦଶରଥପୁର : ବିଂଝାରପୁର ଥାନା ଅଧୀନସ୍ଥ ଫଳପୁର ପଞ୍ଚାୟତ ହଳଦୀଡିହ ଗ୍ରାମର ଜଣେ ଯୁବକକୁ ଜନୈକ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ମଙ୍ଗଳପୁର ଥାନାରେ ଅଟକ ରଖାଯାଇଛି।

ମଙ୍ଗଳପୁର ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କିଛିବର୍ଷ ହେଲା ଅଭିଯୁକ୍ତ ଯୁବକ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବିଭିନ୍ନ ବାହାନା ଦେଖାଇ ଅଭିଯୁକ୍ତ ତାଙ୍କ ପାଖରୁ ଟଙ୍କା ନେଉଥିଲା ଓ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଯୁବତୀ ଜଣକ ବିବାହ ପ୍ରସ୍ତାବ ଦେବା ପରେ ଅଭିଯୁକ୍ତ ରାଜି ହୋଇନଥିଲା। ପରେ ବିବାହ ପାଇଁ ରାଜି ହୋଇ ୭ ଲକ୍ଷ ଟଙ୍କା, ଏକ ବୁଲେଟ୍‌ ବାଇକ୍‌, ୧୦ ଭରି ସୁନା ଓ ମୋବାଇଲ ଫୋନ୍‌ ଡିମାଣ୍ଡ କରିଥିଲା। ହେଲେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତର ଘରକୁ ଯାଇ ଡିମାଣ୍ଡ ଜିନିଷ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ଅଭିଯୁକ୍ତ ଫୋନରେ ଯୁବତୀଙ୍କ ବାପାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଯୁବତୀଙ୍କ ନାଁରେ ଏକ ଫେକ୍‌ ଫେସବୁକ୍‌ ଆଇଡି ଖୋଲି ୧୦ ଦିନ ହେଲା କିଛି ଅଶ୍ଳୀଳ ଫଟୋ ଭାଇରାଲ କରିଚାଲିଥିଲା। ଏହା ଦେଖିବା ପରେ ଯୁବତୀ ଜଣକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛି।

The post ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଅଟକ first appeared on Sambad.

from ରାଜ୍ୟ | Sambad https://ift.tt/3a6Dnoz

Post a Comment

0 Comments