
ଚମକପୁର : କାନପୁର ବିସ୍ଥାପିତଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଗତକାଲି ବିସ୍ଥାପିତଙ୍କ ଘର ଭାଙ୍ଗି ଦିଆଯାଇଥିବା ବେଳେ ସେମାନେ ସେମିତି ଜିନିଷପାତି ଧରି ସେଠାରେ ଅଟକି ରହିଛନ୍ତି। ସେମାନଙ୍କ ଜିନିଷପାତି ବୋହିବାକୁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହେଉଛି। ବେଘର ହୋଇ ଦୁଃଖ କଷ୍ଟରେ ଛେଳି, ଗାଈଗୋରୁଙ୍କୁ ଧରି ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି କ୍ଷତିଗ୍ରସ୍ତ ରୁଗୁଡି ଗାଁର କେତେକ ବିସ୍ଥାପିତ।
ବିସ୍ଥାପିତଙ୍କ କହିବା କଥା ହେଲା, ଯୋଡ଼ା ବ୍ଳକ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ରୁଗୁଡି ଗ୍ରାମରେ ଗତ ୧୯ ତାରିଖରେ ଘରଭଙ୍ଗା ଯାଇଥିଲା। ମାତ୍ର ଗ୍ରାମରେ ରହୁଥିବା ରାମଚନ୍ଦ୍ର ବାରିକଙ୍କ ଘରକୁ ପ୍ରକଳ୍ପ ଅଧିକାରୀମାନେ ବକେୟା ଥିବା ଟଙ୍କାକୁ ନ ଦେଇ ବାରଣ ସତେ ସବୁ ଘରକୁ ଚୁରମାର୍ କରାଯାଇଥିବା ତାଙ୍କ ସ୍ତ୍ରୀ କମଳା ବାରିକ ପ୍ରକାଶ କରିଛନ୍ତି। ରାମଚନ୍ଦ୍ର ବକେୟା ଟଙ୍କା ପାଇଁ ଜିଦ ଧରିବାରୁ ଘର ଭାଙ୍ଗିବା ପରେ ପ୍ରକଳ୍ପ ଅଧିକାରୀ ଘଟଣାସ୍ଥଳରେ ରାମଚନ୍ଦ୍ରଙ୍କୁ ଚେକ୍ ମାଧ୍ୟମରେ ଟଙ୍କା ପ୍ରଦାନ କରିଥିବା ସେମାନେ କହିଛନ୍ତି। ତେବେ ତାଙ୍କୁ ଘର ଜିନିଷ ନେବା ପାଇଁ ଟ୍ରାକ୍ଟର ଯୋଗାଇ ଦେବାକୁ ପ୍ରକଳ୍ପ ପକ୍ଷରୁ କୁହାଯାଇ ଥିଲେ ହେଁ ଆଜିକୁ ୪ ଦିନ ହେବ ଟ୍ରାକ୍ଟର ଯୋଗାଇ ଦିଆଯାଇନାହିଁ। ସେମାନେ କୁଆଡେ ଯାଇନ ପାରି ଖୋଲା ଆକାଶ ତଳେ ଖରାକାକରରେ ପଡ଼ି ରହିଛନ୍ତି। ରାତିର ଅନ୍ଧାରରେ ଛେଳି, ଗାଈଗୋରୁଙ୍କୁ ନେଇ କଷ୍ଟରେ କାଳ କାଟୁଛନ୍ତି।
କାନପୁର ଜଳସେଚନ ପ୍ରକଳ୍ପ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଶଙ୍କରପୁର ଓ ହରିହରପୁର ଗ୍ରାମର ଘର ଭଙ୍ଗ।ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଘରଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ସେଥି ମଧ୍ୟରୁ ରୁଗୁଡ଼ି ଗାଁ ସରିବା ପରେ ଗତକାଲି ଧୋବାକୁଚୁଡ଼ା ଗ୍ରାମର ଘର ଭାଙ୍ଗିବା ପାଇଁ ଗ୍ରାମରେ ପଶିବା ବେଳେ ବିସ୍ଥାପିତ ଓ ପୁଲିସ୍ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଘଟଣାସ୍ଥଳରୁ ୪୦ ରୁ ଅଧିକ ବିସ୍ଥାପିତଙ୍କୁ ପୁଲିସ୍ ଉଠାଇ ନେବା ପରେ ଗାଁରେ ପଶି ଘରଭାଙ୍ଗି କରିଥିଲା । ଏନେଇ ଗତକାଲି ଠାରୁ ବିସ୍ଥାପିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ କ୍ଷତିଗ୍ରସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହେବାକୁ ବିସ୍ଥାପିତମାନେ ଦାବି ଜଣାଇଛନ୍ତି।
The post କାନପୁର ବିସ୍ଥାପିତଙ୍କ ବଢୁଛି ଦୁଃଖ: ଘର ଭାଙ୍ଗିବା ପରେ ଦେଲେ କ୍ଷତିପୂରଣ, ଜିନିିଷପାତି ବୋହିବାକୁ ନାହିଁ ବ୍ୟବସ୍ଥା first appeared on Sambad.from ରାଜ୍ୟ | Sambad https://ift.tt/3nif2Bi
0 Comments