ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି: ବିଜେପି ଓ ବିଜେଡିର ଅଗ୍ରାହ୍ୟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ। ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚୀନ। କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି। ଏହି ଉପନିର୍ବାଚନରେ ସରକାର ବଦଳି ଯିବନି। ତେଣୁ ସମସ୍ତେ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନ କଥା ଭାବନ୍ତୁ। ପଶ୍ଚିମବଙ୍ଗ ଭଳି ପିପିଲି ଡେଲାଙ୍ଗରେ ନହେଉ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଞ୍ଚାଇବାକୁ ବିଜେପି, ବିଜେଡି ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛି କଂଗ୍ରେସ ।

ସେପଟେ କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଯାହା କହୁଛି, ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି। ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ। ତାପରେ ନିର୍ବାଚନ କମିସନଙ୍କୁ ଭେଟି ଦାବି ରଖନ୍ତୁ। ନିର୍ବାଚନ କମିସନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ ପ୍ରାର୍ଥୀଙ୍କ ସମେତ ପାଞ୍ଚ ଜଣ ବୁଲି ବୁଲି ପ୍ରଚାର କରୁଛନ୍ତି। କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ କୋଭିଡ୍ ଗାଇଡଲାଇନ ଅନୁସାରେ ଉପନିର୍ବାଚନ କରିବାକୁ କହିଛି ବିଜେପି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ। ଏହା କେବଳ ପଲିଟିକାଲ ଗିମିକ। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି । ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ। ଯଦି ସମସ୍ତ ରାଜନୈତିକ ଶହେ ପ୍ରତିଶତ କୋଭିଡ୍ ନିୟମ ମାନି ନିର୍ବାଚନ ଲଢ଼ିବେ, ତେବେ ଏହା ଏକ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରିପାରିବ।

The post ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି: ବିଜେପି ଓ ବିଜେଡିର ଅଗ୍ରାହ୍ୟ first appeared on Sambad.

from ରାଜ୍ୟ | Sambad https://ift.tt/3dUBopJ

Post a Comment

0 Comments