୨୦୨୦ ରେଜଲ୍ଟ ପ୍ରକାଶ ଦିଗରେ ରମାଦେବୀ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, ପିଛିଲା ସେମିଷ୍ଟାରର ବିକଳ୍ପ ମୂଲ୍ୟାୟନ

ଭୁବନେଶ୍ବର : କରୋନା ମହାମାରୀ ପାଇଁ ୨୦୨୦ରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ହୋଇପାରି ନ ଥିଲା। ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟାୟନ କରି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଥିଲା। ସେହି ଆଧାରରେ ୨୦୨୦ରେ ସ୍ନାତକ(ୟୁଜି)ର ଦ୍ବିତୀୟ, ଚତୁର୍ଥ ସେମିଷ୍ଟର ଓ ସ୍ନାତକୋତ୍ତର(ପିଜି)ର ଦ୍ବିତୀୟ ସେମିଷ୍ଟର ପରୀକ୍ଷା ହୋଇ ପାରି ନ ଥିବାରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିକଳ୍ପ ପନ୍ଥା ଆପଣାଇଛନ୍ତି।

ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବିଶ୍ବବିଦ୍ୟାଳୟ ଓ ଏହା ଅଧୀନ ୪୮ଟି ମହିଳା ମହାବିଦ୍ୟାଳୟ କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା ଲାଗୁ ହେବ। ୨୦୨୦ ଏପ୍ରିଲରେ ୟୁଜିସି ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ଏବଂ ଗତ ସେପ୍ଟେମ୍ବର ୨ରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଆଧାର କରି ୨୦୨୦ରେ ୟୁଜି ଦ୍ବିତୀୟ ଓ ଚତୁର୍ଥ ଏବଂ ପିଜି ଦ୍ବିତୀୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସହ ଗ୍ରେଡ୍‌ ପ୍ରଦାନ କରାଯିବ। ଗତ ୯ ତାରିଖରେ ବସିଥିବା ବିଶ୍ବବିଦ୍ୟାଳୟ ପରୀକ୍ଷା କମିଟି ନିଷ୍ପତ୍ତିକ୍ରମେ ବିଜ୍ଞପ୍ତି ଜାରି ହୋଇଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସରିତା ସୁପକାର କହିଛନ୍ତି ଯେ ଗତବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ବିକଳ୍ପ ମୂଲ୍ୟାୟନ ଜରିଆରେ ୨୦୨୦ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୧ର ସେମିଷ୍ଟର ପରୀକ୍ଷାରେ ଏହା ଲାଗୁ ହେବ ନାହିଁ କିମ୍ବା ସେନେଇ କୌଣସି ନିଷ୍ପତ୍ତି ହୋଇନି। ଛାତ୍ରୀମାନେ କୌଣସି ବିଭ୍ରାନ୍ତିକର ଖବରରେ ବିଶ୍ବାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

The post ୨୦୨୦ ରେଜଲ୍ଟ ପ୍ରକାଶ ଦିଗରେ ରମାଦେବୀ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, ପିଛିଲା ସେମିଷ୍ଟାରର ବିକଳ୍ପ ମୂଲ୍ୟାୟନ first appeared on Sambad.

from ରାଜ୍ୟ | Sambad https://ift.tt/2PkHjL7

Post a Comment

0 Comments