ଚନ୍ଦ୍ରଭାଗାରେ ଡଲ୍‌ଫିନ୍‌ ମୃତ

କୋଣାର୍କ : ଚନ୍ଦ୍ରଭାଗା ବେଳାଭୂମିରୁ ଏକ ଡଲ୍‌ଫିନ୍‌ର ମୃତଦେହ ବନବିଭାଗ ଉଦ୍ଧାର କରିଛି।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ଣରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏକ ଡଲ୍‌ଫିନ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଡଲ୍‌ଫିନକୁ ଦେଖିବା ପାଇଁ ସେଠାରେ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଜମିଥିଲା। ଏ ସଂପର୍କରେ ଖବର ପାଇ କୋଣାର୍କ ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲ୍‌ଫିନଟିକୁ ଉଦ୍ଧାର କରିଥିଲେ। ଉକ୍ତ ଡଲ୍‌ଫିନ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଡଙ୍ଗା ମାଡ଼ରେ ଏହାର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ମୃତ ଡଲ୍‌ଫିନ୍‌ଟିର ବୟସ ଏକ ବର୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

The post ଚନ୍ଦ୍ରଭାଗାରେ ଡଲ୍‌ଫିନ୍‌ ମୃତ first appeared on Sambad.

from ରାଜ୍ୟ | Sambad https://ift.tt/3uzI41R

Post a Comment

0 Comments