ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଯୋଗୁଁ ପିପିଲି ଉପନିର୍ବାଚନ ତାରିଖ ଘୁଂଚିବ। ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋ‌ଷଣା ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ପୁଣି ଥରେ ପ୍ରାର୍ଥୀ‌ ଦେବାକୁ ସୁଯୋଗ ମିଳିବ। ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ଦ୍ବାରା ନାମାଙ୍କନ କରାଯାଇଥିବା ପ୍ରାର୍ଥୀମାନଙ୍କର ନାମ ବଳବତ୍ତର ରହିବ।

ଅଜିତ ମଙ୍ଗରାଜ ସ୍ଥାନୀୟ ଅଂଚଳରେ ଜଣେ ଭଲ ନେତା ନେତା ଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ‌ ସେ ବିଜେଡି ନେତା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ିଥିଲେ। ଅଜିତ ମଙ୍ଗରାଜଙ୍କୁ ମୋଟ୍‌ ୯୮୦୦ ଖଣ୍ଡ ଭୋଟ ମିଳିଥିଲା। ଲୋକଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ସେଥିପାଇଁ ତାଙ୍କ ଉପରେ କଂଗ୍ରେସ ଭରସା ରଖି ଏଥର ଟିକେଟ ଦେଇଥିଲା।

ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ : ମୁଖ୍ୟ ନିର୍ବାଚନ ଅଧିକାରୀ first appeared on Sambad.

from ରାଜ୍ୟ | Sambad https://ift.tt/3ti3qjX

Post a Comment

0 Comments