
ଜଗତସିଂହପୁର : ପାରାଦୀପ ବନ୍ଦର ପ୍ରଥମଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୨.୦୧ ମିଲିଅନ ମେଟ୍ରିକ୍ ଟନ୍ (ଏମ୍ଏମ୍ଟି) ପଣ୍ୟ କାରବାର କରି ୧୦୦ ଏମ୍ଏମ୍ଟି ଅତିକ୍ରମ କରିଥିଲା। ୨୦୧୮-୧୯ରେ ୧୦୯.୨୭ , ୨୦୧୯-୨୦ରେ ୧୧୨.୬୯ ଓ ୨୦୨୦-୨୧ରେ କରୋନା କଟକଣା ସତ୍ତ୍ବେ ପାରାଦୀପ ବନ୍ଦର ୧୧୪.୫୫ ଏମ୍ଏମ୍ଟି ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର।
ଅଧ୍ୟକ୍ଷ କୁମାରଙ୍କ ସୂଚନା ମୁତାବକ, ପାରାଦୀପ ବନ୍ଦରକୁ ଭିତ୍ତିକରି ବହୁ ଶିଳ୍ପସଂସ୍ଥା ପାରାଦୀପରେ ମଲ୍ଟି ମେଡାଲ୍ ଲଜିଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ମୋଟ ୭୨୨ କୋଟି ଟଙ୍କା ଲାଭ କରିଥିବା ବେଳେ ଟିକସ ପୈଠ କରି ୪୭୬ କୋଟି ଟଙ୍କା ଲାଭ କରିଛି । ୨୦୨୦-୨୧ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଗୋଟିଏ ଦିନରେ ୫୨ଟି ରେକ୍ ଚଳାଚଳ କରି ରେକର୍ଡ ସୃଷ୍ଟି କରିଛି।
The post ପଣ୍ୟ କାରବାରରେ ପାରାଦୀପ ବନ୍ଦରର ରେକର୍ଡ first appeared on Sambad.from ରାଜ୍ୟ | Sambad https://ift.tt/3cImfr1
0 Comments