
ଭୁବନେଶ୍ବର : ଦେଶର ପ୍ରମୁଖ ଘରୋଇ କମ୍ପାନି ବେଦାନ୍ତ କରୋନାର ଦ୍ବିତୀୟ ଲହର ମୁକାବିଲା ପାଇଁ ୧୫୦ କୋଟି ଟଙ୍କା ସହାୟତା ଯୋଗାଇ ଦେବ। ପ୍ରଥମ ଲହରରେ ୨୦୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଦାନ୍ତ ଦ୍ବିତୀୟ ଲହରରେ ଉପରୋକ୍ତ ରାଶି ଯୋଗାଇ ଦେବ ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆଗକୁ ନେବା ପାଇଁ ବେଦାନ୍ତ ଦେଶର ୧୦ଟି ସହରରେ ଅତିରିକ୍ତ ୧୦୦୦ କ୍ରିଟିକାଲ କେୟାର ବେଡ୍ ସ୍ଥାପନ କରିବ। ଅତ୍ୟାଧୁନିକ ଟେଣ୍ଟ୍ରେ ଏଗୁଡ଼ିକ ସ୍ଥାପନ କରାଯିବ। ଏହାପରେ ଏଗୁଡ଼ିକୁ ପ୍ରତିଷ୍ଠିତ ହସ୍ପିଟାଲ ମାଧ୍ୟମରେ ପରିଚାଳନା କରାଯିବ। ପ୍ରତ୍ୟେକ କେନ୍ଦ୍ରରେ ୧୦୦ଟି ଲେଖାଏଁ ବେଡ୍ ରହିବ। ଏଗୁଡ଼ିକ ବାତାନୁକୂଳ ଟେଣ୍ଟ୍ରେ ହେବ । କ୍ରିଟିକାଲ କେୟାର କେନ୍ଦ୍ରର ୯୦ଟି ବେଡ୍ରେ ଅକ୍ସିଜେନ୍ ସୁବିଧା ଏବଂ ୧୦ଟି ବେଡ୍ରେ ଭେଣ୍ଟିଲେଟର ସୁବିଧା ରହିବ। ଓଡ଼ିଶା ସମେତ ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଗୋଆ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ କମ୍ପାନି ଏହାର କ୍ରିଟିକାଲ କେୟାର ବେଡ୍ ସ୍ଥାପନ କରିବ। ୩୦ ଦିନ ମଧ୍ୟରେ କମ୍ପାନି ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ତେବେ ୧୪ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପାଦନ କରିବ।
ଡାକ୍ତରଖାନାରେ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କମ୍ପାନି ସରକାରୀ ସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି କାର୍ଯ୍ୟ କରୁଛି। କମ୍ପାନି ଏହାର କାରଖାନା ନିକଟବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ପାଇଁ ପ୍ରାୟ ୭୦୦ ବେଡ୍ ସ୍ଥାପନ କରିଛି। ଏହାକୁ ନିକଟ ଭବିଷ୍ୟତରେ ୧୦୦୦କୁ ବୃଦ୍ଧି କରିବ।
କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ପାଇଁ ବେଦାନ୍ତର ଗ୍ରୁପ୍ କମ୍ପାନି ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ, ଇଏସଏଲ ଏବଂ ସେସା ଗୋଆ ଆଇରନ୍ ଓର୍ ବିଜ୍ନେସ୍ ପଦକ୍ଷେପ ନେଇଛନ୍ତି। ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ଏବେ ଦିନକୁ ୫ ଟନ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ ଆଗାମୀ ଦିନରେ ଆଉ ୨ରୁ ୩ ଟନ୍ ଯୋଗାଇ ଦେବା କାର୍ଯ୍ୟ ଚଳାଇଛି। ସେସା ଗୋଆ ଆଇରନ୍ ଓର୍ ବିଜନେସ୍ ଦିନକୁ ୩ଟନ୍ ଅକ୍ସିଜେନ୍ ଗୋଆ ସରକାର ଏବଂ ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦେଉଛି। ଓଡ଼ିଶା ସମେତ ଅନ୍ୟ ସ୍ଥାନରେ ନନ୍ଦ ଘର ଗୋଷ୍ଠୀର ଲୋକଙ୍କ ପାଇଁ ବେଦାନ୍ତ ‘ଡକ୍ଟର ଅନ୍ କଲ୍’ ସୁବିଧା ଉପଲବ୍ଧ କରରାଇଛି।
The post ୧୫୦ କୋଟିର ସହାୟତା ଘୋଷଣା କଲା ବେଦାନ୍ତ, ଓଡ଼ିଶାରେ ବି ୧୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର କେନ୍ଦ୍ର କରିବ first appeared on Sambad.from ରାଜ୍ୟ | Sambad https://ift.tt/3xz6gUo
0 Comments