ପୁଣି ବିଧାନସଭାରେ ଉଠିଲା ଧାନକିଣା ପ୍ରସଙ୍ଗ: ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ବର: ଆଜି ପୁଣି ବିଧାନସଭାରେ ଉଠିଲା ଧାନକିଣା ପ୍ରସଙ୍ଗ। ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର। ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ କିଭଳି ଭାବେ ୩୪ ଲକ୍ଷ ଲୋକଙ୍କୁ କାଳିଆ ଟଙ୍କା ଦିଆଗଲା ବୋଲି ପ୍ରଶ୍ନ ଉଠାଇଲେ ନରସିଂହ।
ପଞ୍ଜିକୃତ ହୋଇଥିବା ୨ ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଯଦି ସେମାନେ ଯୋଗ୍ୟ ନୁହଁନ୍ତି, ତେବେ ତାଙ୍କ ବିରୁଦ୍ଧରେ କାହିଁକି ଫୌଜଦାରୀ ମାମଲା ରୁଜ୍ଜୁ କରାଗଲା ନାହିଁ। ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି, ଆଉ ଆମେ ଏହି ପ୍ରସଙ୍ଗ ଗୃହରେ ଉଠାଉଥିଲେ ବି ବାଚସ୍ପତି ନିଦା ବିଷ୍ଣୁ ସାଜିଛନ୍ତି।
କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ଦର ବି ରାଜ୍ୟର ଚାଷୀ ପାଉନାହାନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ୧୮୬୮ ଟଙ୍କା ଦେବାକୁ ପ୍ରସ୍ତୁତ ହିଁ ନୁହଁନ୍ତି ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ନରସିଂହ ମିଶ୍ର। ବାରମ୍ବାର ଏ ପ୍ରସଙ୍ଗ ଆମେ ଉଠାଉ ଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି।

 

The post ପୁଣି ବିଧାନସଭାରେ ଉଠିଲା ଧାନକିଣା ପ୍ରସଙ୍ଗ: ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର first appeared on Sambad.

from ରାଜ୍ୟ | Sambad https://ift.tt/3wpC90X

Post a Comment

0 Comments