
ବୈପାରିଗୁଡା: ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ପୁଲିସ। ମୃତ ଯୁବକଙ୍କ ନାଁ ଲଇଛନ ବେଗ୍ରିଆର ହୋଇଥିବା ବେଳେ ତାଙ୍କ ଝୁଲନ୍ତା ଶବକୁ ରାମଗିରି ପୁଲିସ ଉଦ୍ଧାର କରିଥିବା ବେଳେ ଲଇଛନର ସାନଭାଇ ରଘୁ ବେଗ୍ରିଆ ବଡ଼ ଭାଇକୁ ହତ୍ୟା କରାଯିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ରାମଗିରି ପୁଲିସର ସୂଚନା ଅନୁଯାୟୀ, ଲଇଛନ ବେଗ୍ରିଆର ଗ୍ରାମ ପେନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ହୋଇଥିବା ବେଳେ ଗତ ୨୨ତାରିଖ ଦିନ ଲଇଛନ ଶ୍ଵଶୁର ଘରକୁ ଯାଇଥିଲେ। କୌଣସି କାରଣରୁ ଶ୍ଵଶୁର ସହ ତାର ବଚସା ହୋଇଥିଲା। ଏହାପରେ ଲଇଛନ ନିଜ ଗ୍ରାମ କଲୋନିଗୁଡାକୁ ଫେରିଯାଇଥିଲା। ତେବେ ରାତି ୧୦ଟା ପରେ ଲଇଛନ ନିଜ ଘରକୁ ନଫେରିବାରୁ ପରିବାର ଲୋକେ ଆଖପାଖ ଅଞ୍ଚଳ ଖୋଜାଖୋଜି କରିଥିଲେ। କିନ୍ତୁ ଲଇଛନର କୌଣସି ଖବର ମିଳିନଥିଲା। ତା’ପର ଦିନ ସକାଳୁ କିଛି ଲୋକଙ୍କଠାରୁ ଲଇଛନର ଶବ କଲୋନିଗୁଡା ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଝୁଲୁଥିବା ଶୁଣି ସାନ ଭାଇ ରଘୁ ଘଟଣାସ୍ଥଳରେ ପହଞ୍ଚି ନିଜ ବଡଭାଇକୁ ଚିହ୍ନଟ କରିବା ସହ ରାମଗିରି ଫାଣ୍ଡିରେ ନିଜ ବଡଭାଇକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ରାମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ବୈପାରିଗୁଡା ଥାନା ଆଇଆଇସି ରଘୁନାଥ ମାଝୀ ପ୍ରକାଶ କରିଛନ୍ତି। ରାମଗିରି ଫାଣ୍ଡି ଏଏସ୍ଆଇ ସୁବ୍ରତ ପାଣିଗ୍ରାହୀ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପରେ ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।
The post ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ପୁଲିସ, ସାନ ଭାଇ ଆଣିଲେ ହତ୍ୟା ଅଭିଯୋଗ first appeared on Sambad.from ରାଜ୍ୟ | Sambad https://ift.tt/3nk5Yfn
0 Comments