ଧାରଣା ପ୍ରତ୍ୟାହାର ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଲ ଆଲୋଚନାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନି

ଭୁବନେଶ୍ୱର: ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳୁ ଧାରଣାରୁ ଉଠିବା ପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି | ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ବିଧେୟକ ପାରିତ ହେବା ବେଳେ ସାଧାରଣ ବିଧାୟକ ମଧ୍ୟ ଚାହିଁଲେ ଆଲୋଚନାରେ କରିପାରିବ କିନ୍ତୁ ମୁଁ ବିରୋଧୀଦଳ ନେତା ହିସାବରେ ଛିଡା ହୋଇ କହିବାକୁ ଚାହୁଁଥିଲେ ମଧ୍ୟ ବାଚସ୍ପତି ଆମକୁ ଦେଖିଲେନି କି କହିବାକୁ ସୁଯୋଗ ଦେଲେନାହିଁ ।

ଯେଉଁ ଅଶୋଭନୀୟ କାର୍ଯ୍ୟ ହେଲା ସେଥିପାଇଁ ଆମର ତିନି ଜଣ ବିଧାୟକଙ୍କୁ ସସପେଣ୍ଡ କଲେ । ଆମକୁ ଆମ ପକ୍ଷ ରଖିବାକୁ ଦେଲେନାହିଁ । ମୁଖ୍ୟମନ୍ତ୍ରୀ କଟକରୁ ସୁନ୍ଦରଗଡ଼ ସବୁଆଡେ ଯାଉଛନ୍ତି କିନ୍ତୁ ବିଧାନସଭାକୁ ଆସୁନାହାନ୍ତି । ସେଥିପାଇଁ ଆମେ ନବୀନ ବାବୁଙ୍କୁ ଖୋଜିବାକୁ ଯାଇଥିଲୁ । ସରକାରୀ ଦଳ ଗୃହ ଚଳେଇଦେଉନାହାନ୍ତି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରାଯାଉଛି । ଆମେ ବିନା ଦୋଷରେ ଦଣ୍ଡିତ ହେଇଛୁ । ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ । ଆମ ଦଳର ରାଜ୍ୟ ସହାପ୍ରଭାରୀଙ୍କ ଅନୁରୋଧରେ ଆମେ ଧାରଣା ପ୍ରତ୍ୟାହାର କଲୁ । ଯେଉଁ ବିଲ ପାରିତ କରିଛନ୍ତି ତାହାକୁ ପାରିତ ନକରିବାକୁ ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିବୁ ।

The post ଧାରଣା ପ୍ରତ୍ୟାହାର ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଲ ଆଲୋଚନାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନି first appeared on Sambad.

from ରାଜ୍ୟ | Sambad https://ift.tt/3sQsYET

Post a Comment

0 Comments