ପିପିଲି ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥିପତ୍ର ଦାଖଲ ଆଜି

ପୁରୀ : ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ରହିଛି। ଆଜି କଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପୂର୍ବାହ୍ଣ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଭିତରେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନର ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ପରେ ନିର୍ବାଚନ ବାତିଲ ହୋଇଥିଲା। ପରେ ନିର୍ବାଚନ କମିସନ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଅନ୍ୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ କେବଳ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିବ।

The post ପିପିଲି ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥିପତ୍ର ଦାଖଲ ଆଜି first appeared on Sambad.

from ରାଜ୍ୟ | Sambad https://ift.tt/3nk4O3z

Post a Comment

0 Comments