
ଭୁବନେଶ୍ବର : ଦୀର୍ଘ ଦିନ ପରେ ପୁଣି ରାଜଧାନୀ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଗତକାଲି ୩୮ ଡିଗ୍ରିରେ ଥିବା ଭୁବନେଶ୍ବରର ପାରଦ ଶନିବାର ଦିନ ହଠାତ୍ ୪ ଡିଗ୍ରି ବଢ଼ି ୪୨.୧ରେ ପହଞ୍ଚିଛି। ଭୁବନେଶ୍ୱର ପଛକୁ ରହିଛି ବୌଦ୍ଧ। ଏଠାରେ ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ରର ସୂଚନା ମୁତାବକ, ଶନିବାର ଦିନ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ରହିବ। ୨୬ତାରିଖ ଦିନ ମାଲକାନଗିରି, କୋରାପୁଟ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ତଥାପି ରାଜ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତାତି ବଢ଼ିବ।
The post ପୁଣି ରାଜଧାନୀ ରାଜ୍ୟର ଉତ୍ତପ୍ତ ସହର first appeared on Sambad.from ରାଜ୍ୟ | Sambad https://ift.tt/3vkObHA
0 Comments