ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ସିବିଏସ୍‌ଇର ନିଷ୍ପତ୍ତି : କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପରେ ମିଳିବ ସୁଯୋଗ

ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ବେଳେ ଯଦି କୌଣସି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ନଜରକୁ ଆସନ୍ତି; ତେବେ ସେମାନଙ୍କ ଲାଗି ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ପରୀକ୍ଷା ହେବ। ଜୁନ୍‌ ୧୧ ସୁଦ୍ଧା ସ୍କୁଲ କର୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା‌ ବହୁ ଛାତ୍ରଛାତ୍ରୀ, ସେମାନଙ୍କ ପରିବାର ସଦସ୍ୟ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ସେମାନେ ଏବେ ପରୀକ୍ଷା ଦେବା ସମ୍ଭବପର ହେଉ ନ ଥିବାରୁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ।

The post ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ସିବିଏସ୍‌ଇର ନିଷ୍ପତ୍ତି : କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପରେ ମିଳିବ ସୁଯୋଗ first appeared on Sambad.

from ରାଜ୍ୟ | Sambad https://ift.tt/2PWc5K7

Post a Comment

0 Comments