ଏକବିଂଶ ଶତାବ୍ଦୀରେ ଉତ୍କଳୀୟ ପରମ୍ପରାକୁ ବ୍ୟାପକ କରାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଏକବିଂଶ ଶତାବ୍ଦୀରେ ଆମର ଉତ୍କଳୀୟ ପରମ୍ପରାକୁ କେବଳ ନୂଆ ଭାବେ ପାଳନ କରିଦେଲେ ହେବ ନାହିଁ, ବରଂ ଏହାକୁ ବ୍ୟାପକ କରିବା ଦରକାର। ପୂର୍ବରୁ ଉତ୍କଳୀୟ ପରମ୍ପରା ଥିଲା ଏବଂ ଏହା ଆଗାମୀ ଦିନରେ ନିଶ୍ଚିତ ରହିବ। ଏପରି ଦୃଢ଼ ଆତ୍ମବିଶ୍ୱାସ ସହ ଏହାକୁ ବିଶ୍ୱରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଅନୁଶୀଳନ କରିବା ଜରୁରୀ ବୋଲି ‌େକନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆୟୋଜିତ ‘ଓଡ଼ିଆ ନୂଆ ବର୍ଷ ପଣା ସଂକ୍ରାନ୍ତି ଉତ୍ସବ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ବିଶ୍ୱର ଯେ କୌଣସି ସ୍ଥାନରେ ରହି ମଧ୍ୟ ଆମେମାନେ ସମସ୍ତେ ଉତ୍କଳୀୟ ପରମ୍ପରା ଅନୁସାରେ ଓଡ଼ିଆ ନବବର୍ଷ ପାଳନ କରୁଅଛୁ। ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆମେ ଆମର ସଂସ୍କୃତି ଓ ପରମ୍ପରା, ଉତ୍ସବ ପାଳନର ମହତ୍ୱ, ଓଡ଼ିଆ ଭାଷାକୁ ନୂଆ ଢ଼ଙ୍ଗରେ ଉପସ୍ଥାପିତ କରିବାର ପ୍ରଭାବଶାଳୀ ମାଧ୍ୟମ ତିଆରି କରିପାରିଛନ୍ତି। ତେବେ ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି।

ବର୍ତମାନର କରୋନା ମହାମାରୀ ସମୟରେ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ନିୟମିତ ମାସ୍କ ପିନ୍ଧିବା ସହ ଲୋକମାନଙ୍କୁ ସଚେତନ କରିବାର ସାମାଜିକ ଦାୟିତ୍ୱ ନେବା ପାଇଁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଲ୍ଲେଖନୀୟ ଯେ ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଦୁବାଇର ସିଜିଆଇ ଅମନ ପୁରୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ୧୫ ଦେଶରୁ ଓଡ଼ିଆ ଭାଇଭଉଣୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

The post ଏକବିଂଶ ଶତାବ୍ଦୀରେ ଉତ୍କଳୀୟ ପରମ୍ପରାକୁ ବ୍ୟାପକ କରାଯାଉ: ଧର୍ମେନ୍ଦ୍ର first appeared on Sambad.

from ରାଜ୍ୟ | Sambad https://ift.tt/3uZzFVz

Post a Comment

0 Comments