ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀ ଅଫିସ ଆସିବା ମନା

ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀମାନଙ୍କୁ ଆସନ୍ତା ମେ ମାସ ୩୧ ପର୍ଯ୍ୟନ୍ତ ଅଫିସ ଆସିବାକୁ ବାରଣ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, ଏହି କର୍ମଚାରୀମାନେ ନିଜ ଘରୁ ଅଫିସ କାମ କରିପାରିବେ। ଯଦି କାହାରିକୁ ଅଫିସ ଆସିବା ନିହାତି ଆବଶ୍ୟକ ପଡ଼େ, ତା ହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ପୂର୍ବରୁ ସୂଚିତ କରାଯିବ। କିନ୍ତୁ ଟେଲିଫୋନ୍‌ ମାଧ୍ୟମରେ ଏହି କର୍ମଚାରୀମାନଙ୍କ ସହିତ ସର୍ବଦା ଯୋଗାଯୋଗ ରହିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଥାଉକି, ଗତକାଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି କେତେ କର୍ମଚାରୀଙ୍କୁ ନେଇ ବିଭାଗ ଚାଲିବ ସେ ନିଷ୍ପତ୍ତି ନେବାର ଅଧିକାର ବିଭାଗୀୟ ମୁଖ୍ୟମାନଙ୍କୁ ପ୍ରଦାନ କରିଥିଲା।

The post ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀ ଅଫିସ ଆସିବା ମନା first appeared on Sambad.

from ରାଜ୍ୟ | Sambad https://ift.tt/3nDU5AZ

Post a Comment

0 Comments