
ବାହରିନ୍/ଭୁବନେଶ୍ୱର : ବାହାରିନ୍ର ଇଲେକ୍ଟ୍ରୋ ମେକାନିକାଲ କମ୍ପାନିରେ କାର୍ଯ୍ୟରତ ଓଡ଼ିଆ ପୁଅ ଦେବାଶିଷ ଏକ ଭୂତଳ ମରାମତି କାର୍ଯ୍ୟ କରୁଥିବା ବେଳେ ଗତ ନଭେମ୍ବରରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ଏହା ଶ୍ବାସରୁଦ୍ଧ ଜନିତ ମୃତ୍ୟୁ ବୋଲି ପ୍ରମାଣିତ କରିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଶ୍ରମ ଆଇନ ଅନୁଯାୟୀ ଦେବାଶିଷଙ୍କ ଜୀବନ ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ଏହାର ପ୍ରତିବାଦ କରି ବାହରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦେବାଶିଷଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ନିମନ୍ତେ ଡ. ପ୍ରହରାଜ ନିଯୁକ୍ତିଦାତା କମ୍ପାନି ପାଖରେ ଦୃଢ଼ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ। ଫଳରେ ମୃତ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନି ୨୧ଲକ୍ଷର କ୍ଷତିପୂରଣ ରାଶି ପ୍ରଦାନ କରିଛି। ଏଥିପାଇଁ ଦେବାଶିଷଙ୍କ ଜିଲା ଭଦ୍ରକର ବୁଦ୍ଧିଜୀବୀ ସମାଜ ସମେତ ଓଡ଼ିଶାର ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତଥା ଦେବାଶିଷଙ୍କ ବାପା ବସନ୍ତ ସାହୁ ଡ. ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ବାହାରିନ୍ରେ ପ୍ରବାସୀ ଓଡ଼ିଆ ଶ୍ରମିକ ଦେବାଶିଷଙ୍କ ମୃତ୍ୟୁ, ପରିବାରକୁ ମିଳିଲା ୨୧ଲକ୍ଷ କ୍ଷତିପୂରଣ first appeared on Sambad.from ରାଜ୍ୟ | Sambad https://ift.tt/2QBRCuK
0 Comments