ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ୍‌, ଓଡ଼ିଶାରୁ ୪ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ୍‌-୨୦୨୧ ତାଲିକା ପ୍ରକାଶ ପାଇଛି। ବିଶ୍ବର ହଜାରେରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ଏହି ରାଙ୍କିଙ୍ଗ୍‌ ଦୌଡ଼ରେ ସାମିଲ ହୋଇଥିବା ବେଳେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ବାଜି ମାରିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ସମେତ କେନ୍ଦ୍ର ସରକାରଙ୍କ ଅଧୀନ ଦୁଇ ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ବର ଓ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ହଜାରେ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛନ୍ତି।

କିଟ୍‌ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରିବା ସହ ରୢାଙ୍କିଙ୍ଗ୍‌ରେ ଦେଶର ଶ୍ରେଷ୍ଠ ୫ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି। ଭାରତରୁ ଅମ୍ରିତା ବିଶ୍ବ ବିଦ୍ୟାପୀଠମ୍‌ ୮୧ତମ ସ୍ଥାନରେ ଥିବା ବେଳେ ଜେଏସ୍‌ଏସ୍‌ ଏକାଡେମି ଅଫ୍‌ ହାୟର ଏଜୁକେସନ ଆଣ୍ଡ ରିସର୍ଚ୍ଚ ଓ ଲଭଲି ପ୍ରଫେସନାଲ ୟୁନିଭରସିଟି ୧୦୧ରୁ ୨୦୦ ରୢାଙ୍କ ଭିତରେ, କିଟ୍‌ ବିଶ୍ବବିଦ୍ୟାଳୟ ଓ ଭିଆଇଟି ବିଶ୍ବବିଦ୍ୟାଳୟ ୨୦୧ରୁ ୩୦୦ ରୢାଙ୍କ ମଧ୍ୟରେ ରହିଛନ୍ତି। ଏନ୍‌ଆଇଟି ରାଉରକେଲା ୪୦୧ରୁ ୬୦୦, ଆଇଆଇଟି ଭୁବନେଶ୍ବର ଓ ଶ୍ରୀ‌ ଶ୍ରୀ ବିଶ୍ବବିଦ୍ୟାଳୟ ୮୦୧ରୁ ୧୦୦୦ ରୢାଙ୍କ ମଧ୍ୟରେ ସ୍ଥାନ ପାଇଁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଭାରତରୁ ୪୯ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ରହିଛନ୍ତି। ୟୁନିଭରସିଟି ଅଫ୍‌ ମଞ୍ଚେଷ୍ଟର ବିଶ୍ବର ଏକ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ତାଲିକାର ଶୀର୍ଷରେ ରହିଥିବା ବେଳେ ୟୁନିଭରସିଟି ଅଫ୍‌ ସିଡିନ୍‌ ଦ୍ବିତୀୟ ଓ ଆରଏମ୍‌ଆଇଟି ୟୁନିଭରସିଟି ତୃତୀୟ, ଲା ଟ୍ରୋବ ୟୁନିଭରସିଟି ୪ର୍ଥ ଓ କାନାଡ଼ାସ୍ଥିତ କୁଇନ୍‌ ୟୁନିଭରସିଟି ୫ମ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ବର ଖ୍ୟାତି ସମ୍ପନ୍ନ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ରୢାଙ୍କିଙ୍ଗ୍‌ କରାଯାଇଥାଏ। ବିଶ୍ବବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ(ଏସଡିଜି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତି କରି ଇମ୍ପାକ୍ଟ ରୢାଙ୍କିଙ୍ଗ୍‌ କରାଯାଏ। ଗବେଷଣା, ଆଉଟରିଚ୍‌, ଷ୍ଟିୱାର୍ଡସିପ୍‍ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଏଥର ମୂଲ୍ୟାୟନ କରାଯାଇଥିଲା। ଯେଉଁଥିରେ କିଟ୍‍ ଏକ ସାମାଜିକ ଦାୟିତ୍ବ ଆଧାରିତ ବିଶ୍ବବିଦ୍ୟାଳୟ ଭାବେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ଓ ପ୍ରକାଶନ ଆଦି କ୍ଷେତ୍ରରେ ବହୁ ଅଗ୍ରଗତି କରିପାରିଛି। ଏଭଳି ସଫଳତାକୁ ନେଇ କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁ ଦାୟିତ୍ବ ନିଭାଇ ଆସୁଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।

The post ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ୍‌, ଓଡ଼ିଶାରୁ ୪ ଶିକ୍ଷାନୁଷ୍ଠାନ first appeared on Sambad.

from ରାଜ୍ୟ | Sambad https://ift.tt/32FwTZO

Post a Comment

0 Comments