କଟକ ଡିସିପି ଅଫିସରେ ହାଇଦର : ଖୋଲିବ ଫେରାର ପଛର ଗୁମର

କଟକ: ଓଡ଼ିଶା ଫେରିଲା କୁଖ୍ୟାତ ଅପରାଧୀ ହାଇଦର। ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ କଡ଼ା ସୁରକ୍ଷା ଭିତରେ କଟକ ନିଆଯାଇଥିଲା।କଟକ ଡିସିପି ଅଫିସରେ ହାଇଦରକୁ ଜେରା କରାଯାଇଛି। ସେ  କେମିତି ଫେରାର ହେଲା , କେଉଁ ବାଟ ଦେଇ ସେ ତେଲେଙ୍ଗାନା  ଯାଇଥିଲା, ତାଙ୍କୁ  ଏଥିରେ କିଏ ସହାୟତା କରିଥିଲା  ସେ ନେଇ ଜେରା କରାଯାଇଥିବାର ସୂଚନା ରହିଛି। ଏହାପରେ ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିସନରେଟ ପୁଲିସ। ଫେରାର ପଛର ଗୁମର ଖୋଲିବ। କୁଖ୍ୟାତ ଫେରାର ଅପରାଧୀ ହାଇଦରକୁ ଗତକାଲି ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ସ୍ଥାନୀୟ ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା।
ତେଲେଙ୍ଗାନା ପୁଲିସ ସହାୟତାରେ କମିସନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା। ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୁଲିସ ତାକୁ ପିଛା କରିଥିଲା। ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ। ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ହାଇଦ୍ରାବାଦ ସିଟି ପୁଲିସର ଟାସ୍କଫୋର୍ସ ସମେତ ତେଲେଙ୍ଗାନାର କିଛି ପୁଲିସ ଟିମ୍ ସହାୟତା କରିଥିଲେ। ହାଇଦର ଗତ ୧୦ ତାରିଖରେ କଟକ ଏସସିବିରୁ ଫେରାର ହେବା ପରେ ତାର ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା ।

The post କଟକ ଡିସିପି ଅଫିସରେ ହାଇଦର : ଖୋଲିବ ଫେରାର ପଛର ଗୁମର first appeared on Sambad.

from ରାଜ୍ୟ | Sambad https://ift.tt/2Q76MIq

Post a Comment

0 Comments