
ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ। ପରୀକ୍ଷା ବାତିଲ୍ ହେବ ନାହିଁ କି ତାରିଖ ଘୁଞ୍ଚିବ ନାହିଁ। ମେ’ ୪ରୁ ଉଭୟ ଶ୍ରେଣୀର ପରୀକ୍ଷା ଅଫ୍ଲାଇନ୍ରେ ହେବ। ଏଥିରେ କୌଣସି ପରିବର୍ତନ କରାଯିବ ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ସିବିଏସ୍ଇ ଓ ସିଆଇଏସ୍ସିଇ ବୋର୍ଡର ଅଧିକାରୀମାନେ କହିଛନ୍ତି ଯେ କୋଭିଡ୍-୧୯ର ଦ୍ବିତୀୟ ପର୍ଯ୍ୟାୟରୁ ଛାତ୍ରଛାତ୍ରୀଙ୍କୁ କରୋନା ମୁକ୍ତ ରଖିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହେବ। ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ଓ ମାସ୍କ ବାଧ୍ୟତାମୂଳକ କରାଯିବ।
ସଂକ୍ରମଣ ବଢ଼ୁଥିବାରୁ ଉଭୟ ଶ୍ରେଣୀ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୪୦ରୁ ୫୦% ବୃଦ୍ଧି ହୋଇଛି।
ଯେଉଁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କୁ ଆଉ ଥରେ ସୁଯୋଗ ମିଳିବ ବୋଲି ପୂର୍ବରୁ ଘୋଷଣା ସରିଛି। ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଗତ ଦୁଇ ଦିନ ହେଲା ସିବିଏସ୍ଇ ସମେତ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ବାତିଲ୍ କରିବାକୁ ଟୁଇଟର୍ରେ ଏକ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ସାରା ଦେଶରୁ ଲକ୍ଷାଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ପରୀକ୍ଷା ବାତିଲ୍ କରିବାକୁ ଦାବି କରୁଛନ୍ତି। କେତେକ ଅନ୍ଲାଇନ୍ରେ ପରୀକ୍ଷା କରିବାକୁ ପ୍ରସ୍ତାବ ରଖିଛନ୍ତି। ମାତ୍ର ସିବିଏସ୍ଇ କର୍ତ୍ତୃପକ୍ଷ ଏହି ଦାବିକୁ ଖାରଜ କରି ନିର୍ଦ୍ଧାରିତ ସମୟରେ ଅଫ୍ଲାଇନ୍ରେ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରି ଦେଇଛନ୍ତି।
The post ସିବିଏସ୍ଇ ପରୀକ୍ଷା ଘୁଞ୍ଚିବନି first appeared on Sambad.from ରାଜ୍ୟ | Sambad https://ift.tt/3wOnIUL
0 Comments