
ଭୁବନେଶ୍ବର : ଭୁବନେଶ୍ବରରରେ କ୍ୟାନସ୍ର ହସ୍ପିଟାଲ ଓ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିଜସ୍ବ ପାଣ୍ଠିରୁ ୩୪୦ କୋଟି ଟଙ୍କା ପ୍ରଦାନ ପାଇଁ ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଉଭୟ ଦମ୍ପତିଙ୍କ ସହ କଥା ହୋଇ ଆଲୋଚନା କରିଥିଲେ। ଏ ସମ୍ପର୍କରରେ ଟ୍ବିଟ୍ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘ଆଜି ଖୁସିର ଦିନ। ଓଡ଼ିଶାର ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନ୍ୟନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ ଓ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଜୀବନ କୁସୁମିତ ହେଉ। ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଲକାତାରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ ନିଜର ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟକୁ ଦେଖାଇଥିବା ନିଜେ ଟ୍ବିଟ୍ ଯୋଗେ ଜଣାଇଛନ୍ତି। ଏହାସହିତ କରୋନାକୁ ପ୍ରତିହତ କରିବା ପାଇଁ ସର୍ବଦା ମାସ୍କ ପିନ୍ଧିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
The post ବାଗଚୀ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ first appeared on Sambad.from ରାଜ୍ୟ | Sambad https://ift.tt/3g79AzQ
0 Comments