
କଟକ/ସମ୍ବଲପୁର: ଗ୍ୟାଙ୍ଗଷ୍ଟର୍ ହାଇଦର୍ର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କନଷ୍ଟେବଳ ମହମ୍ମଦ ମୌସିମ୍ ଓ ସମ୍ବଲପୁର ଜେଲ୍ ଵାର୍ଡର ଶିବନାରାୟଣ ନନ୍ଦକୁ ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ୍ ଖାରଜ ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। କର୍ତ୍ତବ୍ୟରେ ଗୁରୁତର ଅବହେଳା ଯୋଗୁଁ ହାଇଦର ଖସିଯିବାରେ ସଫଳ ହୋଇଥିବା ଅଭିଯୋଗରେ ମୌସିମକୁ ଗିରଫ କରାଯାଇଛି। ସେହିଭଳି, ନିଜ ଫୋନ୍ରେ ବିଭିନ୍ନ ଲୋକଙ୍କୁ କଥା କରାଇବା ସହିତ ସବୁପ୍ରକାର ସହଯୋଗ ଯୋଗାଇଦେବା ଅଭିଯୋଗରେ ଶିବନାରାୟଣଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଏପ୍ରିଲ୍ ୧୦ ତାରିଖ ଦିନ ହାଇଦର୍ ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ତା’ ପାଖରେ ଡ୍ୟୁଟିରେ ଥିବା ମୌସିମ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୁଲିସ ଦଫା ୨୨୪, ୩୨୮, ୧୨୦(ବି)ରେ ଏକ ମାମଲା(କେସ୍ ନ˚ ୧୦୧/୨୧) ରୁଜୁ କରି ତଦନ୍ତ କରିଥିଲା। ଆଜି ଅଭିଯୋଗକାରୀ ମୌସିମ୍କୁ ହିଁ ହାଇଦର୍ ଫେରାର ପଛରେ ଅଭିଯୁକ୍ତ ଦର୍ଶାଇଛି ମଙ୍ଗଳାବାଗ ଥାନା ପୁଲିସ। ମୌସିମ୍ ସମେତ ସମ୍ବଲପୁର ଜେଲ୍ ଵାର୍ଡର ଶିବନାରାୟଣ ନନ୍ଦକୁ ପୁଲିସ କୋର୍ଟ ଚାଲାଣ କରିଛି। ପୂର୍ବରୁ ହାଇଦର୍ ଫେରାର ମାମଲାରେ ମୋଟ ୬ ଜଣ ହାଇଦର୍ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
ତେବେ, ଏହିଭଳି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଛନ୍ତି ଅନ୍ୟ ୫ ପୁଲିସ୍ କର୍ମଚାରୀ, ଯେଉଁମାନେ କି ହାଇଦର୍ ସହିତ ଏସ୍କର୍ଟରେ ଆସିଥିଲେ। ନିୟମ ଅନୁସାରେ, ସେମାନେ ମେଡିକାଲ ୱାର୍ଡରେ ରହିବା କଥା ମାତ୍ର ଲଜ୍ରେ ସେମାନେ ଅୟସ କରୁଥିଲେ। ଅବଶ୍ୟ, ଏଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଅନ୍ୟ ୫ ଜଣ ସମ୍ବଲପୁର ଜିଲ୍ଲାର ହାବିଲ୍ଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, ଦୀପକ ସାହୁ, ଉମାକାନ୍ତ ବେହେରା, ସୁଧା˚ଶୁ ମାଝି। ମଙ୍ଗଳାବାଗ ଥାନା ପୁଲିସ ସେମାନଙ୍କୁ ଗିରଫ ନଦର୍ଶାଇ ଛାଡ଼ିଦେବା ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପଟେ କଟକ ମଙ୍ଗଳବାର ପୁଲିସ୍ର ଏକ ଟିମ୍ ସମ୍ବଲପୁର ଆସି ହାଇଦର୍ ରହୁଥିବା ମଣ୍ଡଳ କାରଗାରରେ ଆଜି ଛାନ୍ଭିନ୍ କରିଛି।
ଖାଦ୍ୟ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା
ଗ୍ୟାଙ୍ଗଷ୍ଟର୍ ହାଇଦର୍ ୧୦ ତାରିଖରେ ଫେରାର ହେବା ଦିନ ତା’ର ସଂପର୍କୀୟ କେନ୍ଦ୍ରାପଡ଼ାର କାଳିଆ ହିଁ ଜଗତପୁରରୁ ବିରିଆନି ଓ ପାଣି ବୋତଲ୍ ମୌସିମ୍କୁ ସର୍ଜରି ଵାର୍ଡର କ୍ୟାବିନ୍ ନ˚ ୫ରେ ଦେଇଥିଲା। ମୌସିମ୍ ବିରିଆନି ଖାଇସାରିବା ପରେ ସେହି ପାଣି ବି ପିଇଥିଲା। ପାଣି ପିଇଲା ପରେ ମୌସିମ୍ ଅଚେତ ହୋଇପଡ଼ିଥିଲା। ଏହାର ସୁଯୋଗ ନେଇ ହାଇଦର୍କୁ ମଝିଆ ପୁଅ ଆଜାରୁଦ୍ଦିନ୍ ବାଇକ୍ରେ ବଡ଼ ଡାକ୍ତରଖାନାରୁ ଫେରାର ନେବାରେ ସୁଯୋଗ ପାଇଥିଲା। ଏବେ କାଳିଆ ଫେରାର ଥିବାବେଳେ କାଳିଆ ଧରାପଡ଼ିଲେ ପାଣିରେ କି ପ୍ରକାର ନିଶା ମିଶିଥିଲା, ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। କିନ୍ତୁ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯାଇଛି, ସେ ରିପୋର୍ଟ ଆସିବା ପରେ ଖାଦ୍ୟ ଅଥବା ପାନୀୟରେ ନିଶା ମିଶିଥିଲା କି ଅନ୍ୟ କିଛି ଘଟିଥିଲା, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।
୩୨ ପୁଲିସ୍ ଅଧିକାରୀଙ୍କ କରୋନା ପରୀକ୍ଷା
ହାଇଦର୍ ସ˚ସ୍ପର୍ଶରେ ଆସିଥିବା ୧୦ ଜଣ ପୁଲିସ ଅଫିସର, ସ୍ପେଶାଲ ସ୍କ୍ବାଡ୍ର ୧୨ କନଷ୍ଟେବଳ, ରିଜର୍ଭ ଅଫିସର ଦୁଇ ହାବିଲ୍ଦାର ଓ ୮ ଜଣ କନଷ୍ଟେବଳଙ୍କର ଆଜି ରିଜର୍ଭ ଅଫିସରେ ଆରଟିପିସିଆର୍ ଟେଷ୍ଟ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ରିପୋର୍ଟ ଆସିବା ପରେ ସେମାନେ କରୋନା ସ˚କ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋପାରିବ।
from ରାଜ୍ୟ | Sambad https://ift.tt/3dBGerz
0 Comments