
ପଞ୍ଚମ ଶ୍ରେଣୀ ଛାତ୍ରର ସ୍ମାରକପତ୍ର ଆଧାରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଚିଠି
ସାତପଡ଼ାରୁ ଜହ୍ନିକୁଦା ଯାଏଁ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବିକାଶ ତଥା ଉତ୍ତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ରିଶପ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖିଛନ୍ତି। ଏହି ପତ୍ର ଆଧାରରେ ଶ୍ରୀ ପ୍ରଧାନ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ଏବଂ ସାତପଡ଼ାରୁ ଜହ୍ନିକୁଦା ଯାଏଁ ପୋଲ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ କୃଷ୍ଣପ୍ରସାଦ ଅଞ୍ଚଳଳର ରିଶପ ପ୍ରଧାନ ନିଜ ପିତାମାତାଙ୍କ ସହଯୋଗରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଏକ ଆବେଦନ ପତ୍ର ମୋତେ ପଠାଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ କୃଷ୍ଣପ୍ରସାଦ ବ୍ଲକର ୯୬ଟି ଗାଁ କେବଳ ପାଣି ଜରିଆରେ ପୁରୀ ମୁଖ୍ୟାଳୟ ସହ ସଂଯୋଗ ସ୍ଥାପନା କରୁଛି । ଯେଉଁ କାରଣରୁ ଜରୁରୀକାଳୀନ ସମୟରେ ଦୈନିକ ଯାତାୟତ କରୁଥିବା ଲୋକ, ଶିଶୁ, ମହିଳା ଓ ବୃଦ୍ଧଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସରକାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାରୁ ଜହ୍ନିକୁଦା ଯାଏଁ ପୋଲ ନିର୍ମାଣ କରିବା ଉଚିତ। ଏହା ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ମୁଖ୍ୟ ସ୍ରୋତ ସହ ଯୋଡ଼ିବ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହେବ ବୋଲି ଉଲ୍ଲେଖ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ କୃଷ୍ଣପ୍ରସାଦ ବ୍ଲକର କଲ୍ୟାଣ ନିମନ୍ତେ ଏହି ମାମଲା ଉପରେ ଦୃଷ୍ଟି ଦେବା ସହ ଠିକ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
The post କୃଷ୍ଣପ୍ରସାଦ ବ୍ଲକର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରାଯାଉ : ଧର୍ମେନ୍ଦ୍ର first appeared on Sambad.from ରାଜ୍ୟ | Sambad https://ift.tt/3ahgCyb
0 Comments