
ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ନିଆଁ ଲାଗିବା ଘଟଣାରେ ତଥ୍ୟ ଅନୁସନ୍ଧାନ ପାଇଁ କଂଗ୍ରେସ ଗୋଟିଏ ଟିମ୍ ଗଠନ କରିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ପକ୍ଷରୁ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି। ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା ୪ ଦିନ ମଧ୍ୟରେ ସମ୍ପୃକ୍ତ କ୍ଷତିଗ୍ରସ୍ତ ଜଙ୍ଗଲ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ନିଆଁ ଲାଗିବା ପରେ ଲିଭାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏହାସହିତ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷରାଜିର ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ସେ ବିଷୟରେ ଏହି ତଥ୍ୟ ଅନୁସନ୍ଧାକାରୀ ଦଳ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହି କମିଟିରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ କୁମାର ଦାସ ଆବାହକ ରହିଥିବାବେଳେ ସର୍ବଶ୍ରୀ ସୁଦର୍ଶନ ଦାସ, ସତ୍ୟଶିବ ଦାସ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରିମାଣିକ, ମହେନ୍ଦ୍ର ନାୟକ ଓ ମମତା କୁଣ୍ଡୁ ସଦସ୍ୟ ରହିଛନ୍ତି।
The post ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ୬ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କଲା କଂଗ୍ରେସ first appeared on Sambad.
from ରାଜ୍ୟ – Sambad https://ift.tt/3ebPDqO
0 Comments