ଓଡ଼ିଆ ଝିଅ ଜେଇଇ (ମେନ୍)ରେ ପଶ୍ଚିମବଙ୍ଗ ଟପର୍

କଟକ : ଓଡ଼ିଆ ଝିଅ ଆଦ୍ୟାଶା ପାତ୍ର ୨୦୨୧ ଜେଇ (ମେନ୍) ପରୀକ୍ଷାରେ ୯୯.୯୯ ପ୍ରତିଶତ ରଖି ପଶ୍ଚିମବଙ୍ଗ ରାଜ୍ୟ ଟପର୍ ହୋଇଛନ୍ତି। ବର୍ତ୍ତମାନ ଆଦ୍ୟାଶା ଦୁର୍ଗାପୁରସ୍ଥିତ ମନୀଷା ଇଣ୍ଟରନ୍ୟାସନାଲ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢୁଛନ୍ତି। ସେ ମୁମ୍ବାଇ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଏହାପୂର୍ବରୁ ଆଦ୍ୟାଶା ଏସଟିଏସଇ ଓ କେଭିପିୱାଇ ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିଥିଲେ। ତାଙ୍କ ବାପା ଚିନ୍ମୟ ପାତ୍ର ଦୁର୍ଗାପୁର ଇସ୍ପାତ କରଖାନାରେ ଜେନେରାଲ ମ୍ୟାନେଜେର ଓ ମା ଡକ୍ଟର ବବିତା ସାହୁ ରାଣୀଗଞ୍ଜସ୍ଥିତ ଟିଡିବି କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟରତ। ଆଦ୍ୟାଶାଙ୍କ ଏହି ସଫଳତାରେ ପରିବାରବର୍ଗ, ବନ୍ଧୁବାନ୍ଧବ ଏବଂ ଶିକ୍ଷକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଦ୍ୟାଶା ନିଜର ସଫଳତାର ପଛରେ ନିଜର ଅଧ୍ୟବସାୟ, ଶିକ୍ଷକମାନଙ୍କ ଦିଗଦର୍ଶନ ଓ ଗୁରୁଜନଙ୍କ ଆଶୀର୍ବାଦ ରହିଥିବା କହିଛନ୍ତି। କଟକ ଚାଉଳିଆଗଞ୍ଜ ନିବାସୀ ଡାକ୍ତର ବୈକୁଣ୍ଠ ନାଥ ପାତ୍ର ଓ ତୁଳସୀ ପାତ୍ର ଏବଂ ଜଗତସିଂହପୁର ନିବାସୀ ରତ୍ନାକର ସାହୁ ଓ ବିଦ୍ୟୁତଳତା ସାହୁଙ୍କ ନାତୁଣୀ ହେଉଛନ୍ତି ଆଦ୍ୟାଶା।

The post ଓଡ଼ିଆ ଝିଅ ଜେଇଇ (ମେନ୍)ରେ ପଶ୍ଚିମବଙ୍ଗ ଟପର୍ first appeared on Sambad.



from ରାଜ୍ୟ – Sambad https://ift.tt/3qC9WQr

Post a Comment

0 Comments