
ଭୁବନେଶ୍ବର : ୬୯ ସରକାରୀ ଅଧିକାରୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ରିପୋର୍ଟ ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବଙ୍କୁ ପୁଣିଥରେ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ଏପ୍ରିଲ ୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସ୍ରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୫ରୁ ୨୦୨୦ ମସିହା ଭିତରେ ୬୯ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଏ ସଂକ୍ରାନ୍ତୀୟ ମାମଲାର ତଦନ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ଚାପି ରଖିବା ସହ ରିପୋର୍ଟ ପ୍ରଦାନରେ ଶିଥିଳତା ନେଇ ଲୋକାୟୁକ୍ତଙ୍କ ନିକଟରେ ପିଟିସନ୍ ହୋଇଥିଲା। ଏହାର ଶୁଣାଣି କରି ଲୋକାୟୁକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ମାତ୍ର ଧାର୍ଯ୍ୟ ସମୟ ଭିତରେ କୌଣସି ଉତ୍ତର ନ ଆସିବାରୁ୍ ଲୋକାୟୁକ୍ତ ପୁଣିଥରେ ନୋଟିସ୍ କରିଛନ୍ତି। ଏହି ୫ ବର୍ଷ ଭିତରେ ଶତାଧିକ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲେ ହେଁ ରାଜ୍ୟ ସରକାର ୬୯ଜଣଙ୍କ ବିରୋଧରେ ମାମଲା କରିବା ଲାଗି ଅନୁମତି ଦେଇନାହାନ୍ତି। ଅନ୍ୟ ୨୭୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଛି। ଏନେଇ ସୂଚନାଧିକାର କର୍ମୀ ପ୍ରଶାନ୍ତ କୁମାର ମହାପାତ୍ର ଲୋକାୟୁକ୍ତ ନିକଟରେ ପିଟିସନ୍ କରିଥିଲେ।
The post ୬୯ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ : ମୁଖ୍ୟ ଶାସନ ସଚିବଙ୍କୁ ପୁଣି ନୋଟିସ୍ କଲେ ଲୋକାୟୁକ୍ତ first appeared on Sambad.from ରାଜ୍ୟ | Sambad https://ift.tt/2Qf0zK1
0 Comments