ଏପ୍ରିଲ୍ ୯ରେ ଓଟିଇଟି ପରୀକ୍ଷା: ମାର୍ଚ୍ଚ ୩୧ରୁ ଅନ୍‌ଲାଇନ୍‌ରେ ମିଳିବ ଆଡ୍‌ମିଟ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୧) ଆସନ୍ତା ଏପ୍ରିଲ୍ ୯ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଓଟିଇଟିର ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଓ ପେପର-୨ ପରୀକ୍ଷା ଦିନ ୧୨ଟାରୁ ଅପରାହ୍‌ଣ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଅନ୍‌ଲାଇନରେ ଫର୍ମପୂରଣ କରିଥିବା ପ୍ରାର୍ଥୀମାନେ ନିଜ ରେଜି‌ଷ୍ଟ୍ରେସନ ନମ୍ବର ବା ଇ-ମେଲ୍ ଆଇଡି ବ୍ୟବହାର କରି ବୋର୍ଡର ୱେବସାଇଟ୍ www.bseodisha.ac.in ରୁ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରି‌ବେ। ପ୍ରାର୍ଥୀଙ୍କୁ ଆଡ୍‌ମିଟ୍ କାର୍ଡର କପି ମିଳିବ ନାହିଁ କି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଲେଖି ବା ପଢ଼ି ପାରୁନଥିବା ଭିନ୍ନକ୍ଷମ ପ୍ରାର୍ଥୀମାନେ ପରୀକ୍ଷାର ୫ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଜଣାଇବେ। କେନ୍ଦ୍ର ଅଧୀକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପରାମର୍ଶ କ୍ରମେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ଲେଖକ ବ୍ୟବସ୍ଥା କରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

The post ଏପ୍ରିଲ୍ ୯ରେ ଓଟିଇଟି ପରୀକ୍ଷା: ମାର୍ଚ୍ଚ ୩୧ରୁ ଅନ୍‌ଲାଇନ୍‌ରେ ମିଳିବ ଆଡ୍‌ମିଟ କାର୍ଡ first appeared on Sambad.

from ରାଜ୍ୟ | Sambad https://ift.tt/38OiHRw

Post a Comment

0 Comments